୧୩ ବର୍ଷ ପରେ ଡାଲ ଲେକ୍ ଉପରେ ଏୟାର ଶୋ’ । ବାୟୁସେନାର କଳାବାଜିରେ ଚକିତ ଦର୍ଶକ

85

କନକ ବ୍ୟୁରୋ: ରବିବାର ଜୀବନ୍ତ ହୋଇଉଠିଛି କାଶ୍ମୀରର ନିଳ ଆକାଶ । ବାୟୁସେନାର ଏୟାର ସୋରେ ଚକିତ ହୋଇଥିଲେ ଉପସ୍ଥିତ ଦର୍ଶକ । ‘ଆଜାଦିର ଅମୃତ ମହୋତ୍ସବ’ ଅବସରରେ ଏହି ଏୟାର ସୋ ଅନୁଷ୍ଠିତ ହୋଇଛି । ଜମ୍ମୁ-କାଶ୍ମରର ଯୁବ ଗୋଷ୍ଠୀଙ୍କୁ ବାୟୁସେନାରେ ଯୋଗ ଦେବାକୁ ପ୍ରେରିତ କରିବା ସହ କାଶ୍ମୀରର ପର୍ଯ୍ୟଟନକୁ ଆଗକୁ ବଢାଇନେବା ଉଦ୍ଦେଶ୍ୟରେ ଏଠିକାର ଯୁବକଙ୍କୁ ପ୍ରେରିତ କରିବାକୁ ବାୟୁସେନାର ଏହି ଏୟାର ଶୋ’ର ଆୟୋଜିତ ହୋଇଛି । ଏହି ଏୟାର ଶୋ’ର ନା ‘ ଗିଭ୍ ୱିଙ୍ଗସ୍ ଟୁ ୟୋର ଡ୍ରିମ୍ସ’ ରଖାଯାଇଥିଲା ।

ସେର-ଏ- କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରୁ ଏହି ଶୋ’ର ଶୁଭାରମ୍ଭ ହୋଇଛି । ଆଜାଦିର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ଏହି ଶୋ’ରେ ୩୦୦୦ରୁ ଅଧିକ ସ୍କୁଲ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏଥିରେ ସୂର୍ଯ୍ୟକିରଣ ଏରୋବେଟିକ୍ସ ଡିସପ୍ଲେ ଟିମର ‘ଆଇଏଏଫ ରାଜଦୂତ’ ଦୀର୍ଘ ୧୩ ବର୍ଷ ପରେ କାଶ୍ମୀର ଘାଟିରେ ଏହି ପ୍ରଦର୍ଶନ କରିଛି । ପ୍ରଦର୍ଶନରେ ଭାରତୀୟ ବାୟୁସେନାର ବିଭିନ୍ନ ବିମାନର ଫ୍ଲାଇପାଷ୍ଟ ସାମିଲ ହୋଇଛି । ପାରା ମୋଟର ଉଡାଣ ଓ ବାୟୁସେନାର ଆକାଶ ଗଙ୍ଗା ଟିମର ସ୍ୱତନ୍ତ୍ର କଳାପ୍ରଦର୍ଶନରେ ହତବାକ୍ ହୋଇଯାଇଥିଲେ ଦର୍ଶକ ।