କନକ ବ୍ୟୁରୋ: ସିଙ୍ଗାପୁର ଭୂତାଣୁ ହୋଇପାରେ ଭାରତର ତୃତୀୟ କରୋନା ଲହର । ଏହାକୁ ନେଇ ଆଗୁଆ ସତର୍କ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଭୂତାଣୁ ଦେଶରେ ଶିଶୁ ମାନଙ୍କ ପାଇଁ ଅଧିକ ବିପଦଜନକ ହେବା ସଂଭାବନା ଥିବାରୁ ଅଧିକ ଚିନ୍ତା ଦେଖା ଦେଇଛି । ସେପଟେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣାକୁ ଅଧିକ କଡା କରିଛନ୍ତି ସିଙ୍ଗାପୁର ସରକାର ।
ବର୍ତମାନ କରୋନା ଦ୍ୱିତୀୟ ଲହର ସାରାଦେଶକୁ ଅସ୍ତବ୍ୟସ୍ତ କରୁଥିବା ସମୟରେ ତୃତୀୟ ଲହରକୁ ନେଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସିଙ୍ଗାପୁରରେ ଦେଖା ଦେଇଥିବା କରୋନାର ଭୂତାଣୁ , ଭାରତରେ ତୃତୀୟ ଲହରର କାରଣ ହୋଇପାରେ ବୋଲି ଆଗୁଆ ଚେତାଇ ଦେଇଛନ୍ତି କେଜ୍ରିୱାଲ । ଏହି ଭୂତାଣୁ ଅତ୍ୟନ୍ତ ବିପଦଜନକ ହୋଇଥିବାରୁ ପିଲାମାନଙ୍କ ପାଇଁ ଅଧିକ ବିପଦ ରହିଥିବା ନେଇ ଟୁଇଟ୍ କରିଛନ୍ତି କେଜ୍ରିୱାଲ । ଏହାକୁ ନେଇ କେନ୍ଦ୍ରକୁ ଦେଇଛନ୍ତି ପରାମର୍ଶ
କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ପରାମର୍ଶ
ସିଙ୍ଗାପୁରକୁ ବନ୍ଦ କରାଯାଉ ସବୁ ବିମାନ ସେବା
ଶିଶୁମାନଙ୍କ ଟିକାକରଣକୁ ଦିଆଯାଉ ପ୍ରାଥମିକତା
ସିଙ୍ଗାପୁରରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭୂତାଣୁ ଶିଶୁମାନଙ୍କ ପାଇଁ ଅଧିକ ବିପଦଜନକ ସାବ୍ୟସ୍ତ ହେଲାଣି । ଏହି ଭୂତାଣୁ ଭାରତରେ ପହଁଚିଲେ ତୃତୀୟ ଲହରର କାରଣ ହୋଇପାରେ । ସେତେବେଳେ ଶିଶୁଙ୍କୁ ଏହା ଆକ୍ରମଣ କଲେ ସ୍ଥିତି ଅଧିକ ଜଟିଳ ହୋଇଯିବ ।
ସିଙ୍ଗାପୁରରେ ଏହି ନୂଆ ଭୂତାଣୁ ଚିହ୍ନଟ ହେବା ପରଠାରୁ ଅଧିକ ଚିନ୍ତା ଦେଖା ଦେଇଛି । ନୂଆ ଭୂତାଣୁ ଅଧିକ ସାଂଘାତିକ ହୋଇଥିବାରୁ ଏହା ବଢାଇ ଦେଇଛି ଚିନ୍ତା ।
ନୂଆ ଭୂତାଣୁର ସିଙ୍ଗାପୁର କେମିତି କରୁଛି ମୁକାବିଲା
- ମେ ୧୪ ଜୁନ୍ ୧୩ ଯାଏଁ ସିଙ୍ଗାପୁରରେ କରୋନା କଟକଣା
- ରବିବାର ୧୮ ଜଣଙ୍କ ଠାରେ ନୂଆ ଭୂତାଣୁ ମିଳିବା ବଢାଇଲା ଚିନ୍ତା
- ତାଇୱାନରୁ ଯାତ୍ରୀଙ୍କ ଗମନାଗମନ ଉପରେ କଟକଣା
- ସ୍ଥାୟୀ ଭିସା ଧାରକଙ୍କ ପାଇଁ ଆସିଲେ ସଂଗରୋଧ ବାଧ୍ୟତାମୂଳକ
- ସିଙ୍ଗାପୁରରେ ସମସ୍ତ ସ୍କୁଲ, କଲେଜ ବନ୍ଦ
- ହୋଟେଲ ଗୁଡିକରେ ଏକାଠି ବସି ଖାଇବା ବନ୍ଦ
- ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି କର୍ମଚାରୀ
ସିଙ୍ଗାପୁରରେ ଏବେ ଶିଶୁ ମାନଙ୍କ ଟିକାକରଣକୁ ଦିଆଯାଉଛି ଗୁରୁତ୍ୱ । ୭ ଟି ସ୍କୁଲକୁ ଆବାସିକ କରାଯାଇ ସେଠାରେ ୧୬ ବର୍ଷରୁ କମ୍ ପିଲାଙ୍କୁ କରାଯିବ ଟିକାକରଣ । ଆଗାମୀ ୩ ରୁ ୬ ସପ୍ତାହ ପାଇଁ ସିଙ୍ଗାପୁରରେ ମାସ୍କ କଟକଣା କରାଯାଇଛି କଡାକଡି ।
କରୋନା ମୁକାବିଲା ଭିତରେ ସିଙ୍ଗାପୁର ଭୂତାଣୁ ପ୍ରତି ଅଧିକ ସତର୍କ ନଜର ରଖିବାକୁ ଆଗୁଆ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ । ବିମାନ ସେବାକୁ ଆଗୁଆ ବାତିଲ କରିବା ସହ ଦେଶରେ ଶିଶୁଙ୍କ ଟିକାକରଣକୁ ଗୁରୁତ୍ୱ ଦେବା, କରୋନା ତୃତୀୟ ଲହର ଆଶଙ୍କା ଏଡାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/ArvindKejriwal_PTI_25042021_1200.jpeg)