କନକ ବ୍ୟୁରୋ: ରାଜ୍ୟର ଆଉ ଏକ ସହରକୁ ଆରମ୍ଭ ହୋଇଛି ବିମାନ ସେବା । ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବା ଆରମ୍ଭ କରିଛି ବିମାନ । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ବିମାନ ଭୁବନେଶ୍ୱରରୁ ଜୟପୁର ଯିବ । ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଉଭୟ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଟିକେଟର ମୂଲ୍ୟ ୯୯୯ ରଖାଯାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଝାରସୁଗଡା ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା । ଆଉ ଏବେ ଜୟପୁରକୁ ବିମାନ ଉଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1-58.jpg)