କନକ ବ୍ୟୁରୋ: କରୋନା କାଳରେ ଦିଲ୍ଲୀରେ କଟକଣା ଭିତରେ ପାଳନ ହୋଇଛି ଦୀପାବଳି । କିନ୍ତୁ କିଛି ସ୍ଥାନରେ ନିୟମର ଉଲଂଘନ ପାଇଁ ଦିଲ୍ଲୀ ବାସୀଙ୍କୁ ଭୋଗିବାକୁ ପଡିବ ଯାତନା । ଦୀପାବଳି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତାମାନ ବିପଦଜନକ ସ୍ତରରେ ପହଂଚିଛି । ଦିଲ୍ଲୀରେ ବାୟୁ ଗୁଣବତା ସବୁଠୁ ଅଧିକ ଖରାପ ସ୍ଥିତିରେ ପହଂଚି ଥିବା ଜଣାପଡିଛି । ଏବେ ବିଷାକ୍ତ ବାୟୁର ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖୁଛି । ପ୍ରଦୂଷଣର କୁହୁଡି ଯୋଗୁଁ ସକାଳୁ ସକାଳୁ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି ।
ହେଲେ ସବୁଠାରୁ ଚିନ୍ତା ଜନକ କଥା ହେଉଛି, ଏହି ବିଷାକ୍ତ ବାୟୁ କରୋନା କାଳରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗମ୍ଭୀର ପ୍ରଭାବ ପକାଉଛି । ଶନିବାର ସକାଳେ ବାୟୁର ମାନକ ୪୨୪ ରେକର୍ଡ ହୋଇଥିଲା । ଯାହାକି ବିପଦଜନକ ସ୍ଥିତି । ଏପରି ସ୍ଥିତିରେ ଦୀପାବଳିରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟା ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ବାସୀଙ୍କ ଚିନ୍ତା ବଢିଲାଣି । ଶନିବାର ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ ଏକ୍ୟୁଆଇ ୪୨୪ , ଶୁକ୍ରବାର ୩୨୪, ଗୁରୁବାର ୩୧୪, ବୁଧବାର ୩୪୪ ଓ ମଙ୍ଗଳବାର ୪୭୬ ଏକ୍ୟୁ ଆଇ ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Screen-shot-2018-11-05-at-9.17.15-PM.jpg)