ବୟସ କମାଇ ଦେଉଛି ପ୍ରଦୂଷଣ : ଚିକାଗୋ ୟୁନିଭର୍ସିଟିର ସର୍ଭେରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

Advertisment
ବୟସ କମାଇ ଦେଉଛି ପ୍ରଦୂଷଣ : ଚିକାଗୋ ୟୁନିଭର୍ସିଟିର ସର୍ଭେରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

କନକ ବ୍ୟୁରୋ : ଭାରତୀୟଙ୍କ ବୟସ କମାଇ ଦେବ ପ୍ରଦୂଷଣ । ଏଭଳି ଏକ ରିପୋର୍ଟ ଏବେ ଦେଶବାସୀଙ୍କ ଚିନ୍ତା ବଢାଇଦେଇଛି । ଚିକାଗୋ ୟୁନିଭର୍ସିଟିର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଦୂଷଣ ପାଇଁ ଉତର ଭାରତୀୟଙ୍କ ବୟସ ୯ ବର୍ଷ କମିଯିବ ।

ଉତ୍ତର ଭାରତର ୪୮ କୋଟିରୁ ଅଧିକ ଲୋକେ ବିଶ୍ୱର ସବୁଠାରୁ ବିଷାକ୍ତ ଜଳବାୟୁ ଭିତରେ ରହୁଛନ୍ତି । ଆଉ ଏହାର ପ୍ରଭାବ ସେମାନଙ୍କ ଜୀବନ ଉପରେ ପଡିବ । ଫଳରେ ପ୍ରଦୂଷିତ ବାୟୁ ପାଇଁ ଲୋକଙ୍କ ଜୀବନ ସୀମାର ୯ ବର୍ଷ ବୟସ କମିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ସଫା ଜଳବାୟୁ ଭିତରେ ରହୁଥିବା ଲୋକଙ୍କ ବୟସ ୫ ବର୍ଷ ଅଧିକ ବଢିଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe