ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ‘ଗ୍ରୀନ୍ ଫଣ୍ଡ୍’: ଖର୍ଚ୍ଚ ହେବ ୧୮.୭୪ କୋଟି

106

କନକ ବ୍ୟୁରୋ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ୍ (ଏନସିପି) । ଏଥିପାଇଁ କେନ୍ଦ୍ର ସରକାର ‘ଗ୍ରୀନ୍ ଫଣ୍ଡ’ ଅଧିନରେ ୧୮.୭୪ କୋଟି ସହାୟତା ଯୋଗାଇଛନ୍ତି । ଏନସିପିର ଏହି ଯୋଜନା ଅନୁଯାୟୀ ଦିଲ୍ଲୀରେ ୨୦୨୪ ସୁଦ୍ଧା ପିଏମ (ପାର୍ଟିକ୍ୟୁଲେଟ୍ ମ୍ୟାଟର)କୁ ୨୦%ରୁ ୩୦% ଯାଏଁ ହ୍ରାସ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପାର୍ଟିକ୍ୟୁଲେଟ୍ ମ୍ୟାଟର ହେଉଛି ବାୟୁରେ ଧୂଳି କଣା ବା ଜଳୀୟ କଣା ଭାବେ ରହୁଥିବା କଣିକା, ଯେଉଁଥିରୁ ଅଧିକାଂଶ ବିଷାକ୍ତ ।ଏଥିରେ ଉଭୟ ଜୈବିକ ଓ ଅଣଜେବିକ କଣିକା ଅନ୍ତର୍ଭୁକ୍ତ ।

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ୨୦୧୯ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ବି ପ୍ରଥମ ଥର ପାଇଁ ଏହି ଗ୍ରୀନ୍ ଫଣ୍ଡ ଯୋଗାଇଦିଆଯାଉଛି । ପୂର୍ବରୁ ବିଭିନ୍ନ ସୂତ୍ରରୁ ଅର୍ଥ ଆଦାୟ ହେଉଥିବାରୁ ଏହି ଫଣ୍ଡିଂ ଦିଆଯାଇନଥିଲା । କିନ୍ତୁ ଚଳିତ ବର୍ଷ ଦିଲ୍ଲୀକୁ ଏନସିପି ଅଧିନରେ ଫଣ୍ଡିଂ କରାଯାଇଛି । କେବଳ ଦିଲ୍ଲୀ ନୁହେଁ ଦେଶର ମୋଟ ୧୩୨ଟି ସହରକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇଦେଇଛନ୍ତି । ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ‘ଶୀତକଳୀନ କାର୍ଯ୍ୟ ଯୋଜନା’ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ଏହା ଅଧିନରେ ମୁଖ୍ୟତଃ ସ୍ମୋଗ୍ ଟାୱାରକୁ ଗୁରୁତ୍ୱ ଦିଆଯିବ ବୋଲି କେଜରୀୱାଲ କହିଛନ୍ତି ।