୨୪ ଘଣ୍ଟା ପରେ ବି କମୁନି ବାୟୁ ପ୍ରଦୂଷଣ । ଅନୁଗୁଳ ଓ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ଏବେବି ସାଂଘାତିକ।

115

କନକ ବ୍ୟୁରୋ: ରାଜ୍ୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଭିତରକୁ ଆସିପାରି ନାହିଁ । ୨୪ ଘଂଟା ପରେ ମଧ୍ୟ ଅନୁଗୁଳ ଓ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ଅତି ସାଂଘାତିକ ସ୍ତରରେ ରହିଛି । ଗତକାଲି ଅନୁଗୁଳରେ ୩୪୦ ଅର୍ଥାତ ଭେରି ପୋର ଥିବା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୦୪ ଓ କଟକରେ ପ୍ରଦୂଷଣ ମାତ୍ର ୨୮୪ ସହ ପୋର ରହିଛି ।

ରାଜ୍ୟରେ ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଚରମ ସୀମାରେ ପହଂଚିଛି । କେବଳ ଅନୁଗୁଳ ସହର ନୁହେଁ ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ଏବେ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି । ଥଣ୍ଡା ଦିନ ଓ କହୁଡ଼ି ପାଇଁ ଚଳାଚଳ ବାଧାପ୍ରାପ୍ତ ହେଉଛି । ଖରା ବଦଳରେ ଧୂଆଁଳିଆ ପରିବେଶ ହେଉଥିବାରୁ ଏହା ସ୍ଥିତିକୁ ଅଧିକ ବିଗାଡ଼ୁଛି । ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ନିର୍ଦ୍ଦେଶକ ଡି କେ ମୁରୁଗେସନ କହିଛନ୍ତି ରାଜ୍ୟରେ ୩ଟି ସ୍ଥାନରେ ବାୟୁ ପ୍ରଦୂଷଣ ଟିକେ ଅଧିକ ରହିଛି ।