ଦିଲ୍ଲୀ ପବନରେ ବିଷ! ସାଂଘାତିକ ବାୟୁ ପ୍ରଦୂଷଣ କାରଣରୁ ନଭେମ୍ବର ୫ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର ।

232

ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦୀପାବଳି ପରେ ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଥିବା ବେଳେ କେଜ୍ରିୱାଲ ସରକାର ବଡ ନିଷ୍ପତି ନେଇଛନ୍ତି । ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀର ବାୟୁମଣ୍ଡଳ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ, ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେଉଛି । କିଛି କିଛି ସ୍ଥାନରେ ବାହାରକୁ ଆସିଲେ ଆଖି ପୋଡୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି ।

ଦୀପାବଳି ପରେ ଆଜି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦୦ରୁ ୭୦୦ ମଧ୍ୟରେ ରହିଛି । ଯେଉଁଥିପାଇଁ ଦିଲ୍ଲୀ ଏନସିଆରରେ ହେଲଥ୍ ଏମରଜେନ୍ସିର ଘୋଷଣା କରାଯାଇଛି । ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ମାରାତ୍ମକ ଶ୍ରେଣୀରେ ପହଞ୍ଚିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଓ ହରିୟାଣା ସରକାରକୁ ଦାୟୀ କରିଛନ୍ତି । ଦୁଇ ରାଜ୍ୟରେ ଚାଷୀ ମାନେ କ୍ଷେତରେ ପଡିଥିବା ବର୍ଜ୍ୟ ଜାଳିବା କାରଣରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡୁଥିବାର କହିଛନ୍ତି କେଜ୍ରିୱାଲ ।