ସରକାରଙ୍କୁ ଦେଖାଇଲେ ପାଳ ଜଳାଇବାର ସମାଧାନ, ଜିତିଲେ ଆର୍ଥସଟ୍ ପୁରସ୍କାର

242

କନକ ବ୍ୟୁରୋ : କିଛି ବର୍ଷ ହେବ ଶୀତଋତୁ ଆରମ୍ଭରୁ ଦିଲ୍ଲୀର ଆକାଶ ଧୂଆଁ ଧୂଆଁ ଦେଖା ଯାଉଛି । ପୁରା ଆକାଶରେ ଏଭଳି ଚିତ୍ର ଦେଖାଯିବାର କାରଣ ହେଉଛି ଦିଲ୍ଲୀ ପାଖାପାଖି ଅଞ୍ଚଳରେ ଧାନଚାଷୀମାନେ କ୍ଷେତ୍ରରେ ସେମାନଙ୍କ ପାଳ ଜଳାଇ ଦେଇଥାନ୍ତି । ଚାଷୀମାନେ ଧାନ ଅମଳ କରିବା ପରେ କ୍ଷେତରେ ରହିଥିବା ନଡା ବା ପାଳରେ ନିଆଁ ଲଗାଇ ଦେଉଥିବାରୁ ଦିଲ୍ଲୀରେ ଏଭଳ ପ୍ରଦୁର୍ଷଣ ଦେଖାଦେଇଥାଏ ।

ନଡା ଜଳାଇବା କାରଣରୁ ହେଉଥିବା ପ୍ରଦୁର୍ଷଣର ସମାଧାନ ପାଇଁ ଜଣେ ଯୁବ ବୈଜ୍ଞାନିକ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଯୁବ ବୈଜ୍ଞାନିକ ବିଦ୍ୟୁତ୍ ମୋହନ ଓ ତାଙ୍କ ସାଥୀ କେବିନ କୁଙ୍ଗ ଏହାର ସମାଧାନର ରାସ୍ତା ବାହାର କରିଛନ୍ତି । ଏହି ଦୁଇଜଣ ଏହାର ଏକ ବାୟୋଟେକ୍ ସମାଧାନ ଦେଇଛନ୍ତି । ଏହି ସମସ୍ୟାର ସମାଧାନ କରିପାରିଥିବାରୁ ଚଳିତ ବର୍ଷ ଏହି ଦୁଇ ବୈଜ୍ଞାନିକଙ୍କୁ ସରକାରଙ୍କ ତରଫରୁ ଆର୍ଥସଟ୍ ପୁରସ୍କାର ଦିଆଯାଇଛି । ଗତ ରବିବାର ଦିନ ବ୍ରିଟେନର ଯୁବରାଜ ପ୍ରିନ୍ସ ୱିଲିୟମ ଓ ତାଙ୍କ ପତ୍ନୀ ଏହି ଦୁଇ ବୈଜ୍ଞାନିକଙ୍କୁ ୧ ମିଲିୟନ ପାଉଣ୍ଡ (୧୦ କୋଟି ଟଙ୍କା ) ସହ ସମ୍ମାନିତ କରିଛନ୍ତି ।

ବ୍ରିଟିସ ଖବର କାଗଜ ‘ଦି ଇଣ୍ଡିପେଣ୍ଡଣ୍ଟ’ ର ରିପୋର୍ଟ ମୁତାବକ ମୋହନ ଓ କୁଙ୍ଗ ଦ୍ୱାରା ନଡା ପୋଡିବାର ସମାଧାନ କରିଥିବାରୁ ଦିଲ୍ଲୀକୁ ପ୍ରଦୁର୍ଷଣରୁ ମୁକ୍ତ କରାଯାଇ ପାରିବା ସହ ଜଳବାୟୁ ପରିବର୍ତନ ସମସ୍ୟାର ବି ସମାଧାନ ମିଳିପାରିବ ।

କହିରଖୁ କି ମୋହନ ଓ କୁଙ୍ଗ ମିଳିତ ଭାବେ ଏକ ତକଚର ନାମକ ମେସିନର ଉଦ୍ଭାବନ କରିଛନ୍ତି । ଏହି ମେସିନର ଲକ୍ଷ୍ୟ ହେଉଛି ଫସଲର ଅବଶେଷକୁ ଉପଯୋଗୀ ଉତ୍ପାଦରେ ପରିଣତ କରିବା । ଏନେଇ ଉକ୍ତ ଦୁଇ ବୈଜ୍ଞାନିକ ୩ ବର୍ଷ ହେବ ଭାରତ, କେନିଆ ଓ ଆମେରିକାରେ ନିଜ ପାଇଲଟ ପ୍ରୋଜେକ୍ଟର ପରୀକ୍ଷଣ କରୁଥିଲେ ।

ମୋହନ ଓ କୁଙ୍ଗଙ୍କ କହିବା ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ୧୨୦ ଆରବ ଡଳାର କୃଷି ଅବଶେଷ ବାହାରିଥାଏ । ଯାହାକୁ କୃଷକମାନେ ଜାଳି ଦେଇଥାନ୍ତି । ଏହି ଅବଶେଷକୁ ଉପଯୋଗୀ ଉତ୍ପାଦରେ ପରିଣତ କରିବାକୁ ସେମାନେ ଏହି ମେସିନର ଉଦ୍ଭାବନ କରିଛନ୍ତି ।