ବିଷାକ୍ତ ପବନ ଛଡ଼ାଇ ନେଉଛି ଛୁଆଙ୍କ ଜୀବନ । ବର୍ଷକୁ ଆଖି ବୁଜୁଛନ୍ତି ୧ ଲକ୍ଷ, ମୃତ୍ୟୁ କବଳରେ ୫ ବର୍ଷରୁ କମ୍ ବୟସର ପିଲା ।

Advertisment
ବିଷାକ୍ତ ପବନ ଛଡ଼ାଇ ନେଉଛି ଛୁଆଙ୍କ ଜୀବନ । ବର୍ଷକୁ ଆଖି ବୁଜୁଛନ୍ତି ୧ ଲକ୍ଷ, ମୃତ୍ୟୁ କବଳରେ ୫ ବର୍ଷରୁ କମ୍ ବୟସର ପିଲା ।

କନକ ବ୍ୟୁରୋ: ଦିନକୁ ଦିନ ବିଷାକ୍ତ ହେଉଛି ପବନ, ଆଉ ଏହି ବିଷାକ୍ତ ବାୟୁରେ ବର୍ଷକୁ ଭାରତରେ ଯାଉଛି ୧ ଲକ୍ଷ ଶିଶୁଙ୍କ ଜୀବନ । ଏଭଳି କିଛି ସର୍ଭେ ରିପୋର୍ଟ ଏବେ ସାମ୍ନାକୁ ଆସିଛି ଯାହା କି ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ପରିବେଶ ସମ୍ପର୍କିତ ଥିଙ୍କ ଟ୍ୟାଙ୍କ ସିଏସଇ’ର ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ଏନଭାର୍ନମେଣ୍ଟ ରିପୋର୍ଟ କହୁଛି, ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍ ବୟସର ପ୍ରାୟ ୧ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି । ଏପରିକି ଭାରତର ପ୍ରତି ୧୦ ହଜାରରେ ୮.୫ ପ୍ରତିଶତ ଶିଶୁ ୫ ବର୍ଷ ପୂରିବା ପୂର୍ବରୁ ଏଥିପାଇଁ ପ୍ରାଣ ହରାଉଛନ୍ତି।

publive-imageଅନ୍ୟପଟେ ଗତ ବର୍ଷ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧.୨ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ଗ୍ଲୋବାଲ୍ ରିପୋର୍ଟ ମୁତାବକ ଭାରତର ରାଜଧାନୀ ନୂଆଦିଲ୍ଲୀକୁ ଦେଶର ସବୁଠାରୁ ପ୍ରଦୂଷିତ ସହରଭାବେ ଦର୍ଶାଯାଇଛି । ୨୦୧୩ରୁ ଇ-ଭେହିକଲ ପ୍ରଚଳନ କରାଯାଇଥିବାବେଳେ ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ଏହା ବହୁ ପଛରେ ପଡ଼ିଥିବା କୁହାଯାଇଛି। ସବୁଠାରୁ ବଡ଼କଥା ହେଲା କି, ଜଳବାୟୁ ପରିବର୍ତ୍ତନ ବିଶ୍ୱ ଅର୍ଥନୀତି ଲାଗି ଏବେ ବିପଦ ସୃଷ୍ଟିକରିଛି । ଭାରତର ସବୁଜ ଗୃହ ବାଷ୍ପ ନିର୍ଗମନ ୨୦୧୦ରୁ ୨୦୧୪ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି । ଶିଳ୍ପ ଓ ଶକ୍ତି କ୍ଷେତ୍ର ବୃଦ୍ଧି, ଜଙ୍ଗଲ ନିଆଁ ପରିବେଶକୁ ଅଧିକ ପ୍ରଦୂଷିତ କରିପକାଉଛି।

ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ୧୨.୫ ପ୍ରତିଶତ ମୃତ୍ୟୁ ଏଥିଯୋଗୁ ହେଉଥିବା ପ୍ରକାଶ। ସେପଟେ ଏହି ବାୟୁ ପ୍ରଦୂଷଣ ପାଇଁ ଝିଅମାନଙ୍କ କ୍ଷେତ୍ରରେ ଏହି ହାର ୯.୬ ଥିବା ଦର୍ଶାଯାଇଛି। ବାୟୁ ପ୍ରଦୂଷଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ କାର୍ଯ୍ୟକାରୀ ହେଉନଥିବା ରିପୋର୍ଟ କହୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe