କରୋନା ସମୟରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ସମୟ ଥାଉ ଥାଉ ପଦକ୍ଷେପ ନନେଲେ ବଢିପାରେ କରୋନା ମୃତ୍ୟୁ ସଂଖ୍ୟା, ଚେତାବନୀ ଦେଲେ ବୈଜ୍ଞାନୀକ ଏବଂ ଗବେଷକ

ଦିନକୁ ଦିନ ଦିଲ୍ଲୀ ବାୟୁରେ ପ୍ରଦୂଷଣର ମାତ୍ରା ବଢିବଢି ଚାଲିଛି ।

137

ଦିନକୁ ଦିନ ଦିଲ୍ଲୀ ବାୟୁରେ ପ୍ରଦୂଷଣର ମାତ୍ରା ବଢିବଢି ଚାଲିଛି । କରୋନା ମହାମାରୀ ସମୟରେ ଏପରି ବାୟୁ ପ୍ରଦୂଷଣ ଭୟଙ୍କ ରୂପ ନେଇପାରେ ବୋଲି ବୈଜ୍ଞାନିକମାନେ ଚେତାବନି ଦେଇଛନ୍ତି । ତେଣୁ ବେଳ ଥାଉ ଥାଉ ସରକାର ଏହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ ହୋଇପଡିଛି । ଦେଶରେ ଗତ କିଛିଦିନ ହେବ କରୋନା ଗ୍ରାଫ୍ ତଳକୁ ଖସୁଥିବା ବେଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ଆଗକୁ ଚିନ୍ତା ବଢାଇପାରେ

ଦିଲ୍ଲୀ‌ରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏକ ଦୁଷିତ ଘନ ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖିଥିବା ବେଳେ ବୈଜ୍ଞାନିକ ଏବଂ ଡାକ୍ତରମାନେ ବିଷାକ୍ତ ବାୟୁକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି, ବାୟୁ ପ୍ରଦୂଷଣ କୋଭିଡ୍‌ ସମସ୍ୟାକୁ ଅଧିକ ଜଟିଳ କରିଦେବ । କରୋନାର ସବୁଠୁ ବଡ଼ ଲକ୍ଷଣ ହେଉଛି ଶ୍ବାସକ୍ରିୟାରେ ସମସ୍ୟା । ଏଭଳି ସ୍ଥିତିରେ ଯଦି କୋଭିଡ୍ ସଂକ୍ରମିତ ରୋଗୀ ଖରାପ ବାୟୁ ସଂସ୍ପର୍ଶରେ ଆସିବେ ତେବେ ତାଙ୍କର ମୃତ୍ୟୁ ହୋଇଯାଇପାରେ । କରୋନା ଫୁସ୍‌ଫୁସ୍‌ରେ କ୍ଷତି ପହଞ୍ଚାଉଛି । ବାୟୁ ପ୍ରଦୂଷଣ ବି ଫୁସଫୁସ୍‌ରେ ସାଂଘାତିକ କ୍ଷତି ପହଞ୍ଚାଉଛି । ତେଣୁ କରୋନା ସହ ଦୂଷିତ ବାୟୁ ଅଧିକ ସମସ୍ୟା ସୃ‌ଷ୍ଟି କରିବ ବୋଲି ଦିଲ୍ଲୀରେ ଜଣେ ଚେଷ୍ଟ୍‌ ସର୍ଜନ୍‌ ଡ. ଅରବିନ୍ଦ କୁମାର କହିଛନ୍ତି। ଭାରତ ଏବେ ୨ଟି ପ୍ରମୁଖ ସ୍ବାସ୍ଥ୍ୟ ସଂକ୍ରାନ୍ତ ଚ୍ୟାଲେଂଜ ସାମ୍ନା କରୁଛି । ଗୋଟିଏ ହେଉଛି କ‌ରୋନା ଏବଂ ଅନ୍ୟଟି ବାୟୁ ପ୍ରଦୂଷଣ। ତେଣୁ ବର୍ତ୍ତମାନ ସ୍ଥିତିରେ ସୁଦ୍ଧ ବାୟୁ ପାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।