ବାୟୁ ପ୍ରଦୂଷଣ ହେଉଥିବା କାରଣରୁ ପିଲାମାନେ ପାଠରେ ହୋଇପାରନ୍ତି ଦୁର୍ବଳ !

Advertisment
ବାୟୁ ପ୍ରଦୂଷଣ ହେଉଥିବା କାରଣରୁ ପିଲାମାନେ ପାଠରେ ହୋଇପାରନ୍ତି ଦୁର୍ବଳ !

source charkhon.ir

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଦେଶରେ ବା ସାରା ବିଶ୍ୱରେ ଯେପରି ଭାବରେ ବାୟୁ ପ୍ରଦୂଷଣ ହୋଇଛି । ସେଥିପାଇଁ ଅନେକ ରୋଗ ଲୋକମାନଙ୍କୁ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ, ବାୟୁ ପ୍ରଦୂଷିତ ପାଇଁ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷିତ ବାୟୁ ମଣ୍ଡଳରେ ଦୀର୍ଘ ସମୟ ପର୍ୟ୍ୟନ୍ତ ନିଶ୍ୱାସ-ପ୍ରଶ୍ୱାସ ନେଲେ ତାହା ମନୁଷ୍ୟର ଚିନ୍ତା କରିବାର ଶୈଳୀ ଉପରେ ପ୍ରଭାବ ପକାଇଥାଏ। ଚୀନର ଏକ ଅନ୍ତର୍ଜାତୀୟ ଗବେଷଣା ଅନୁଷ୍ଠାନ ସୂଚନା ଦେଇଛନ୍ତି ଯେ, ପିଲାମାନେ ବାୟୁ ପ୍ରଦୂଷଣ ହେବା କାରଣରୁ ଅନେକ ରୋଗର ଶିକାର ହେବା ସହ ଗଣିତ ଓ ମୈାଖିକ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ । ଚୀନରେ କରାଯାଇଥିବା ଏକ ଗବେଷଣାରୁ ଅବଗତ କରାଯାଇଛି ଯେ ସାମାଜ ଉପରେ ପ୍ରଦୂଷଣର ପ୍ରଭାବ ପରୋକ୍ଷରେ ଅପେକ୍ଷା ଠାରୁ ବହୁ ଅଧିକ ପଡିବାର ସମ୍ଭାବନା ରହିଛି ।

publive-imageଆମେରିକାର ଆନ୍ତର୍ଜାତିକ ଖାଦ୍ୟ ନିୟାମକ ଅନୁସନ୍ଧାନ ସଂସ୍ଥାର ବରିଷ୍ଠ ଗବେଷକ ସିଓବି ଝାଙ୍ଗଙ୍କ ମତରେ,‘‘ଚୀନର ସହର ଗୁଡିକ ତୁଳନାରେ ଭାରତର ସହର ଗୁଡିକରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଅଟେ। ତେବେ ବର୍ତ୍ତମାନ ସମୟରେ ଭାରତ ସରକାର ପରିବେଶ ସୁରକ୍ଷା ପାଇଁ ଅନେକ ପ୍ରକାର ଯୋଜନା କରିବା ସହ କିପରି ଭାବରେ ଲୋକମାନେ ପରିବେଶକୁ ପ୍ରଦୂଷଣରୁ ରୋକିବେ ସେନେଇ ଅନେର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଉ ସର୍ଭେରୁ ଜଣାଯାଇଛି ଯେ, ବେଶୀ ସମୟ ପ୍ରଦୂଷିତ ବାୟୁରେ ନିଶ୍ୱାସ-ପ୍ରଶ୍ୱାସ ନେବା ଦ୍ୱାରା ମୌଖିକ ଏବଂ ଗଣିତ ପରୀକ୍ଷାରେ ପ୍ରଦର୍ଶନରେ ବାଧା ଆସିଥାଏ।’’ ଏହାସହ ବାୟୁ ପ୍ରଦୂଷଣ ଦ୍ବାରା ଚେତନା ଶୈଳୀ ଉପରେ ଏହାର ଯେଉଁ ହାନିକାରକ ପ୍ରଭାବ ପଡିଥାଏ ତାହା ମାନବୀୟ କ୍ଷମତାର ବିକାଶରେ ବାଧା ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe