ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପିତା ପୂର୍ବ ଏୟାର୍ ମାର୍ସଲ ଏସ୍ . ବର୍ଦ୍ଧମାନ ନିଜ ପୁଅଙ୍କ ପାଇଁ ଏକ ଭାବାତ୍ମକ ସନ୍ଦେଶ ଲେଖିଛନ୍ତି । ସେ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଜରିଆରେ ଏହି ସନ୍ଦେଶକୁ ଦେଶବାସୀଙ୍କ ପାଖରେ ପହଂଚାଇଛନ୍ତି । ସେ ଦେଶବାସୀଙ୍କୁ କହିଛନ୍ତି ଯେ , “ଅଭିନନ୍ଦନଙ୍କ ପ୍ରତି ଆପଣଙ୍କ ଚିନ୍ତା ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି । ଭଗବାନଙ୍କ ପାଖରେ କୃତଜ୍ଞତା ଅର୍ପଣ କରୁଛି ଯେ ସେ ମୋ ପୁଅକୁ ଜୀବିତ ରଖିଛନ୍ତି । ଅଭିନନ୍ଦନକୁ ଅଧିକ ଆଘାତ ହୋଇନାହିଁ,ମାନସିକ ସ୍ତରରେ ସେ ଠିକ୍ ରହିଛି, ବାହାଦୁର ଭଳି କଥାବାର୍ତ୍ତା ହେଉଛି । ଯେଭଳି ଜଣେ ସୈନିକ କରିଥାନ୍ତି । ମୁଁ ଅଭିନନ୍ଦନ ଉପରେ ଗର୍ବ କରୁଛି । ଆପଣଙ୍କ ଆଶିର୍ବାଦ ଅଭିନନ୍ଦନ ଉପରେ ରହିଥାଉ । କାମନା କରୁଛି କି ସେ ସୁରକ୍ଷିତ ସ୍ୱଦେଶ ଫେରିଆସୁ । ଅଭିନନ୍ଦନଙ୍କୁ ଯେଭଳି ନିର୍ଯାତନା ନ ଦିଆଯାଉ । ଏଭଳି ଗମ୍ଭୀର ସ୍ଥିତିରେ ଆମ ପରିବାରକୁ ସାହସ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାନ । ଆପଣଙ୍କ ସମର୍ଥନ ଆମ ଭିତରେ ଉର୍ଜ୍ଜା ସୃଷ୍ଟି କରିଛି ।”
କ୍ରାଶ୍ ହୋଇଥିବା ମିଗ୍ ର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବୁଧବାର ଏଲଓସି ସୀମା ବାହାରୁ ପାକିସ୍ତାନ ସୈନ୍ୟଙ୍କ ହାତରେ ଧରାପଡିଥିଲେ । କୁହାଯାଉଛି କି ସ୍ଥାନୀୟ ଲୋକମାନେ ତାଙ୍କ ସହ ଦୁବ୍ୟବହାର କରିଥିଲେ । ଏହାପରେ ପାକିସ୍ତାନୀ ସେନା ତରଫରୁ ତାଙ୍କୁ ପ୍ରେସ୍ କନଫରେନ୍ସରେ ଉପସ୍ଥିତ କରାଗଲା । ସୋସିଆଲ୍ ମିଡିଆରେ ଅଭିନନ୍ଦନଙ୍କ ଆଉ ଏକ ଭିଡିଓ ସେୟାର୍ ହେଉଛି ଯେଉଁଠି ସେ ଖୁବ୍ ବାହାଦୂର୍ ଭଳି ନିଜ ମାନସିକ ସନ୍ତୁଳନ ବଜାୟ ରଖି ପ୍ରଶ୍ନର ଉତ୍ତର ଦେଉଛନ୍ତିି । ଦେଶର ଆଶିର୍ବାଦ ତାଙ୍କ ସହ ରହିଛି । ସରକାର ପାକିସ୍ତାନକୁ କଡା ସ୍ୱରରେ କହିଛନ୍ତି ଯେ ସେ ଅଭିନନ୍ଦନଙ୍କୁ ସକୁଶଳ ଭାରତକୁ ଫେରାନ୍ତୁ । ଜେନେଭା କନଭେସନ୍ ପାକିସ୍ତାନରେ ତାଙ୍କର ସୁରକ୍ଷା କବଚ ପାଲଟିବ । ଏହି କବଚ ଦ୍ୱାରା ନା ଶତ୍ରୁଦେଶ ଅଭିନନ୍ଦନଙ୍କ କିଛି କରିପାରିବ ନା ତାଙ୍କୁ କୌଣସି ଧମକ ଦେଇପାରିବ । ନା ଅପମାନିତ କରିପାରିବ ନା ହି ମେଡିକାଲ୍ ସୁବିଧାରୁ ବଂଚିତ କରିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Abhinandan-1551270256.jpg)
/kanak/media/post_attachments/wp-content/uploads/2019/02/28live-abhinandan-300x169.jpg)