କନକ ବ୍ୟୁରୋ : ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ ଟାଟା ଗ୍ରୁପର ନିୟନ୍ତ୍ରଣକୁ ଯାଇଥିବା ଖବର ଏବେ ଗଣମାଧ୍ୟମ ଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ସରକାର କହିଛନ୍ତି କି ଏହି ଖବର ମିଥ୍ୟା ଓ ଏବେ ଏହା ଉପରେ କିଛି ନିଷ୍ପତ୍ତି ହୋଇ ନାହିଁ । ଯେତେବେଳେ ନିଷ୍ପତ୍ତି ହେବ ତେବେ ସମସ୍ତଙ୍କୁ ଜଣାଇ ଦିଆଯିବ ।
ଏୟାର ଇଣ୍ଡିଆର ନିଲାମୀ ପ୍ରକ୍ରିୟାରେ ଟାଟା ଗ୍ରୁପ ଓ ସ୍ପାଇସଜେଟର ଅଜୟ ସିଂ ଟେଣ୍ଡର ପକାଇଥିଲେ । ଏୟାର ଇଣ୍ଡିଆରୁ ନିଜର ଅଂଶଧନ ବିକ୍ରି କରିବାକୁ ସରକାରଙ୍କ ଏହା ଦ୍ୱିତୀୟ ଉଦ୍ୟମ । ୨୦୧୮ ମସିହାରେ ସରକାର ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳେ କୌଣସି କମ୍ପାନୀ ନେବାକୁ ଆଗେଇ ଆସି ନଥିଲେ ।
Media reports indicating approval of financial bids by Government of India in the AI disinvestment case are incorrect. Media will be informed of the Government decision as and when it is taken: Secretary, Department of Investment and Public Asset Management, GoI pic.twitter.com/PoWk7UceF5
— ANI (@ANI) October 1, 2021
ନିବେଶ ଓ ଲୋକ ସମ୍ପତ୍ତି ପ୍ରବନ୍ଧନ (ଡିଆଇପିଏଏମ) ର ସଚିବ ଟ୍ୱିଟ କରି କହିଛନ୍ତି କି ସରକାର ଏୟାର ଇଣ୍ଡିଆର ଫାଇନାନସିଆଲ ବିଡକୁ ମଞ୍ଜୁର ଦେଇଛନ୍ତି ବୋଲି ଗଣମାଧ୍ୟମରେ ଆସୁଥିବା ଖବର ମିଥ୍ୟା ଅଟେ । ସରକାର ଯେତେବେଳେ ନିଷ୍ପତ୍ତି ନେବେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ସେ କହିଛନ୍ତି ।
ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମ ମୁତାବକ ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଶେଷ ହେବ । ଏୟାର ଇଣ୍ଡିଆ ପାଇଁ ସରକାର ଫାଇନାନସିଆଲ ବିଡ ମାଗିଥିଲେ ।
କହିରଖୁ କି, ୧୯୩୨ ମସିହାରେ ଟାଟା ଗ୍ରୁପ ଏୟାର ଇଣ୍ଡିଆ ଆରମ୍ଭ କରିଥିଲେ । ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ଜେ.ଆର.ଡି ଟାଟା ଜଣେ କୁଶଳ ପାଇଲଟ ଥିବାରୁ ସେ ପ୍ରଥମେ ଏହି ବିମାନ ଚଳାଚଳ କମ୍ପାନୀ ଆରମ୍ଭ କରିଥିଲେ ।