ଏୟାର ଇଣ୍ଡିଆକୁ ସଂକଟରୁ ଉଦ୍ଧାର କରିବାକୁ ପ୍ରସ୍ତୁତ ହେଉଛନ୍ତି କମ୍ପାନୀର କର୍ମଚାରୀ । ପ୍ରତି କର୍ମଚାରୀ ଦେବେ ୧ ଲକ୍ଷ ଟଙ୍କା । ୧୪ ଡିସେମ୍ବରରେ ହେବ ନିଲାମ

452

କନକ ବ୍ୟୁରୋ : ପାଖା ପାଖି ୯୦ ହଜାର କୋଟି ଟଙ୍କା କରଜରେ ଥିବା ସରକାରୀ ବିମାନ କମ୍ପାନୀ ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସଂକଟରୁ କମ୍ପାନୀକୁ ଉଦ୍ଧାର କରିବାକୁ ଏବେ ଅଣ୍ଟା ଭିଡିଛନ୍ତି କମ୍ପାନୀର କର୍ମଚାରୀ ମାନେ । ଡିସେମ୍ବର ୧୪ ତାରିଖରେ ଏୟାର ଇଣ୍ଡିଆ ନିଲାମ ହେବା ପୂର୍ବରୁ କର୍ମଚାରୀ ମାନେ ଏକ ଆର୍ଥିକ ଭାଗିଦାରୀ ସହ ମିଶି ନିଲାମରେ ଭାଗ ନେବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କର୍ମଚାରୀଙ୍କ ଯୋଜନା ମୁତାବକ କମ୍ପାନୀର କର୍ମଚାରୀ ମାନେ କମ୍ପାନୀକୁ ଏଭଳି ସଂକଟରୁ ରକ୍ଷା କରିବାକୁ ୫୧ ପ୍ରତିଶତ ଅଂଶଧନ କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳେ ପ୍ରତି କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ କମ୍ ଦେବାକୁ ପଡିବ । ଏହାସହ ବାକି ୪୯ ପ୍ରତିଶତ ଭାଗିଦାରୀ ଅନ୍ୟଜଣଙ୍କ ପାଖରେ ରହିବ (ଯିଏ କି ଆର୍ଥିକ ଭାଗିଦାରୀ ଭାବେ କର୍ମଚାରୀଙ୍କ ସହ ନିଲାମରେ ଭାଗ ନେବେ) ।

କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ମୁତାବକ କର୍ମଚାରୀଙ୍କ ପାଖରେ ଏତେ ପରିମାଣର ଅର୍ଥ ନଥିବାରୁ ସେମାନେ ପ୍ରାଇଭେଟ୍ ଇକ୍ୟୁଟି୍ ଫଣ୍ଡ ମାଧ୍ୟମରେ କମ୍ପାନୀରେ ସେମାନଙ୍କର ଅର୍ଥ ନିବେଶ କରିବେ । ଏଥିରେ କର୍ମଚାରୀ ମାନେ ୫୧ ପ୍ରତିଶତ ଭାଗିଦାରୀ ହେବା ସହ ନିବେଶକଙ୍କ ପାଖରେ ୪୯ ପ୍ରତିଶତ ଭାଗିଦାରୀ ରହିବ । କୁହାଯାଇଛି କି ସୁଧର ଅଭିବ୍ୟକ୍ତି (ଇଓଆଇ) ସମାପ୍ତ ହେବା ପୂର୍ବରୁ କର୍ମଚାରୀ ମାନଙ୍କୁ ଟଙ୍କା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ । ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ ହେବା ପରେ ଏକ ଯୋଜନା ପ୍ରସ୍ତୁତ କରାଯିବ । ଯେଉଁଥିରେ କୌଣସି କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ ଅଧିକ ଦେବାକୁ ପଡିବ ନାହିଁ ।

ଏହା ସହିତ ଏହା ବି କୁହାଯାଇଛି କି ଟାଟା ଗ୍ରୁପ ବି ଏୟାର ଇଣ୍ଡିଆରେ ନିବେଶ କରିବାକୁ ପ୍ରସ୍ତୁତ ହେଉଛି । କହିରଖୁ କି ନିଲାମ ହେବାର ଶେଷ ତାରିଖ ଡିସେମ୍ବର ୧୪ କୁ ରଖା ଯାଇଛି ।