"ଶୁଭଯାତ୍ରା' ପତ୍ରିକାରେ ଶ୍ରୀମନ୍ଦିରରେ ଆମିଷ ବ୍ୟଂଜନ ପ୍ରସଙ୍ଗ : ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛି ଏୟାର ଇଣ୍ଡିଆ

Advertisment
"ଶୁଭଯାତ୍ରା' ପତ୍ରିକାରେ ଶ୍ରୀମନ୍ଦିରରେ ଆମିଷ ବ୍ୟଂଜନ ପ୍ରସଙ୍ଗ : ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛି ଏୟାର ଇଣ୍ଡିଆ

କନକ ବ୍ୟୁରୋ : ଶ୍ରୀମନ୍ଦିର ମହାପ୍ରସାଦରେ ଆମିଷ ବ୍ୟଜଂନକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ନେଇ କ୍ଷମା ପ୍ରାର୍ଥନା କରିଛି ଏୟାରଇଣ୍ଡିଆ । ଏୟାରଇଣ୍ଡିଆର ଅଫିସିଆଲ ଟୁଇଟ୍ ପେଜରେ ଏହି କ୍ଷମା ପ୍ରାର୍ଥନା କରାଯାଇଛି । "ଶୁଭଯାତ୍ରା' ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି ଲେଖାଟି କାହାର ଭାବପ୍ରବଣତାକୁ ଆଘାତ ପହଂଚାଇବା ଉଦ୍ଦେଶ୍ୟରେ ନଥିଲା ବୋଲି ଟୁଇଟ୍ ଜରିଆରେ ସ୍ପଷ୍ଟିକରଣ ଦିଆଯାଇଛି । ସେହିପରି ଏହି ଖବର ପ୍ରକାଶିତ ହେବା ପରେ ଖୁବ୍ ଶୀଘ୍ର ଏହି ପତ୍ରିକାକୁ ପ୍ରତ୍ୟାହାର କରାଯାଇଥିବା ନେଇ ପଦେକ୍ଷପ ନିଆଯାଇଥିବା ଏହି ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe