“ଶୁଭଯାତ୍ରା’ ପତ୍ରିକାରେ ଶ୍ରୀମନ୍ଦିରରେ ଆମିଷ ବ୍ୟଂଜନ ପ୍ରସଙ୍ଗ : ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛି ଏୟାର ଇଣ୍ଡିଆ

11

କନକ ବ୍ୟୁରୋ : ଶ୍ରୀମନ୍ଦିର ମହାପ୍ରସାଦରେ ଆମିଷ ବ୍ୟଜଂନକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ନେଇ କ୍ଷମା ପ୍ରାର୍ଥନା କରିଛି ଏୟାରଇଣ୍ଡିଆ । ଏୟାରଇଣ୍ଡିଆର ଅଫିସିଆଲ ଟୁଇଟ୍ ପେଜରେ ଏହି କ୍ଷମା ପ୍ରାର୍ଥନା କରାଯାଇଛି । “ଶୁଭଯାତ୍ରା’ ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି ଲେଖାଟି କାହାର ଭାବପ୍ରବଣତାକୁ ଆଘାତ ପହଂଚାଇବା ଉଦ୍ଦେଶ୍ୟରେ ନଥିଲା ବୋଲି ଟୁଇଟ୍ ଜରିଆରେ ସ୍ପଷ୍ଟିକରଣ ଦିଆଯାଇଛି । ସେହିପରି ଏହି ଖବର ପ୍ରକାଶିତ ହେବା ପରେ ଖୁବ୍ ଶୀଘ୍ର ଏହି ପତ୍ରିକାକୁ ପ୍ରତ୍ୟାହାର କରାଯାଇଥିବା ନେଇ ପଦେକ୍ଷପ ନିଆଯାଇଥିବା ଏହି ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.