କନକ ବ୍ୟୁରୋ: ମେ’ ୩ରେ ଦେଶରୁ ତାଲାବନ୍ଦ ହଟିପାରେ । ହେଲେ ତାଲାବନ୍ଦ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ସମ୍ଭାବନା କମ ରହିଛି । କାରଣ ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତି ନେବା ପରେ ଏନେଇ ପିଏମଓକୁ ଲେଖି ଜଣାଇ ଦିଆଯାଇଛି । କାରଣ ବିମାନ ଓ ଟ୍ରେନ ରେ ଯାତ୍ରୀ ଯାତ୍ରା ଆରମ୍ଭ କଲେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେବ ନାହିଁ ।
ତେଣୁ ଏପରି ସ୍ଥିତିରେ କରୋନା ସଂକ୍ରମଣ ଭଳି ବିପଦକୁ ଏଡାଇ ଦେଇହେବ ନାହିଁ । ତେଣୁ ମେ ୩ ପରେ ବି ଘରୋଇ ବିମାନ ଓ ଟ୍ରେନରେ ଟିକଟ ବୁକ ନକରିବାପାଇଁ ପ୍ରଧାନମନ୍ତ୍ରୀଙ୍କ କାଯ ର୍୍ୟାଳୟକୁ ପ୍ରସ୍ତାବ ଦେଇଛି ମନ୍ତ୍ରୀମାନଙ୍କ ସମୂହ ।
ଏପଟେ ଆସନ୍ତାକାଲିଠାରୁ କେତେକ ସ୍ଥାନରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ହେଲେ ଗାଡି ଚଳାଚଳ ନେଇ କୌଣସି ନିଷ୍ପତି ହୋଇନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭାଗୀୟ ମନ୍ତ୍ରୀଙ୍କ କଥାନୁସାରେ ଗାଡି ଚଳାଚଳ କରିବା ନେଇ ବିଚାର ବିମର୍ଶ ଚାଲିଛି । ସମନ୍ୱୟ ବୈଠକରେ ଏନେଇ ନିଷ୍ପତି ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/TRAIN.jpg)
/kanak/media/post_attachments/wp-content/uploads/2020/04/19-5-750x430-1.jpg)