କେବିନ୍ କୃ ପଦବୀ ପାଇଁ ଏୟାର୍ ଇଣ୍ଡିଆ ଜାରି କଲା ବିଜ୍ଞାପନ ! ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ ।

65

ଆପଣ ଯଦି କେବିନ୍ କୃ ଚାକିରୀ କରିବାକୁ ଇଚ୍ଛୁକ ଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗରୁ କମ୍ ହେବ ନାହିଁ । ଏୟାର୍ ଇଣ୍ଡିଆ ତରଫରୁ ଉଭୟ ମହିଳା ଏବଂ ପୁରୁଷଙ୍କ ସକାଶେ ଦିଲ୍ଲୀଠାରେ କେବିନ୍ କୃର ୨୯୫ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟା ୧୨ ଏପ୍ରିଲ ରୁ ଆରମ୍ଭ ହୋଇଯାଇଥିବା ବେଳେ ଏହାର ଶେଷ ତାରିଖ ମେ ୨ ପର୍ଯ୍ୟନ୍ତ ରହିଛି । ପଦବୀରେ ମହିଳାଙ୍କ ସଂଖ୍ୟା ୨୦୯ ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୮୬ ରଖାଯାଇଛି ।
ଯୋଗ୍ୟତା : କେବିନ୍ କୃ ଚାକିରୀ ପ୍ରାପ୍ତ କରିବାକୁ ହେଲେ ଯୁକ୍ତ ଦୁଇ ପାସ୍ କରିଥିବା ଅନିବାର୍ଯ୍ୟ ଅଟେ । ଟ୍ରେନିଙ୍ଗ୍ ଆରମ୍ଭ କରିବା ପୂର୍ବରୁ କୌଣସି ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟରେ ସ୍ମାତକ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ ।
ବୟସ : କେବିନ୍ କୃ ପଦବୀ ପାଇଁ ଆବେଦନକାରୀଙ୍କ ବୟସସୀମା ୧୮ ରୁ ୩୫ ହେବା ଆବଶ୍ୟକ । ଟ୍ରେନିଙ୍ଗ୍ କେବିନ୍ କୃ ପଦବୀ ପାଇଁ ବୟସସୀମା ୧୮ ରୁ ୨୭ ରଖାଯାଇଥବାବେଳେ ଏସସି ଏବଂ ଏସଟିମାନଙ୍କ ପାଇଁ ବୟସସୀମାକୁ ୫ ବର୍ଷ ବର୍ଦ୍ଧିତ କରାଯାଇଛି ଏବଂ ଓବିସି ଆବେଦନକାରୀଙ୍କ ପାଇଁ ବୟସସୀମାକୁ ୩ ବର୍ଷ ବର୍ଦ୍ଧିତ କରାଯାଇଛି ।
ଆବେଦନ ଶୁଳ୍କ : ଆବେଦନ ପାଇଁ ୧୦୦୦ ଟଙ୍କା ଡ୍ରାଫ୍ଟ କରିବାକୁ ପଡିବ । ଏହି ଡ୍ରାଫ୍ଟକୁ ଏୟାର୍ ଇଣ୍ଡିଆ ଲିମିଟେଡ୍ ପେୟବଲ୍ ଆଟ୍ ଦିଲ୍ଲୀ ନାମରେ ପଇଠ କରିବାକୁ ପଡିବ । ଏସସି ଏବଂ ଏସଟିମାନଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।