ଆପଣ ବି ଯଦି ଏହି ଲାପଟପ୍ ବ୍ୟବହାର କରି ବିମାନ ଯାତ୍ରା କରିବାକୁ ବାହାରିଛନ୍ତି ତେବେ ସତର୍କ ହୁଅନ୍ତୁ , ବିମାନରେ ବ୍ୟାନ୍ ହୋଇଛି ଏହି ଲାପଟପ୍ ।

Advertisment
ଆପଣ ବି ଯଦି ଏହି ଲାପଟପ୍ ବ୍ୟବହାର କରି ବିମାନ ଯାତ୍ରା କରିବାକୁ ବାହାରିଛନ୍ତି ତେବେ ସତର୍କ ହୁଅନ୍ତୁ , ବିମାନରେ ବ୍ୟାନ୍ ହୋଇଛି ଏହି ଲାପଟପ୍ ।

ଇଣ୍ଡିୟାନ୍ ଏବିଏଶନ୍ ରେଗୁଲେଟର୍ –ଡିଜିସିଏର ଆପଲ୍ ମାକବୁକ୍ ପ୍ରୋ ଲାପଟପ୍ କୁ ବିମାନରେ ଚଳିତ ସପ୍ତାହରେ ପ୍ରବେଶ ନିଶେଧ ହେବା ପରେ ଏବେ ଏୟାର ଇଣ୍ଡିଆ ମଧ୍ୟ ନିଜ ପଟୁ ଆଡଭାଇଜରୀ ଜାରି କରିଛି । ଏୟାର ଇଣ୍ଡିଆ ଟ୍ୱିଟ୍ କରି କହିଛି ଯେ ଡିଜିସିଏର ଆଡଭାଇଜରୀକୁ ଆଖି ଆଗରେ ରଖି ଯାତ୍ରୀଙ୍କୁ ଅନୁରୋଧ କରାଯାଉଛି ଯେ ମାକବୁକ୍ ପ୍ରୋ ଲାପଟପ୍ (୧୫ ଇଞ୍ଚ୍) କୁ ଚେକ୍ ଇନ୍ ତଥା ସାଙ୍ଗରେ ନିଅନ୍ତୁ ନାହିଁ । ଯାହାକୁ ସେପ୍ଟେମ୍ବର ୨୦୧୫ ରୁ ଫେବୃୟାରୀ ୨୦୧୭ ମଧ୍ୟରେ କିଣାଯାଇଥିବ । ବାସ୍ତବରେ ଆପଲ୍ ମାକବୁକ୍ ପ୍ରୋ ଲାପଟପ୍ ରେ ବ୍ୟାଟେରୀ ଓଭରହିଟିଙ୍ଗ୍ ହୋଇଥିବା ଯୋଗୁଁ ଏଥିରେ ନିଆଁ ଲାଗିବା ସମସ୍ୟା ଅଧିକ ଥାଏ ଯେଉଁଥିପାଇଁ ଡିଜିସିଏ ତରଫରୁ ଅଗଷ୍ଟ ୨୬ ତାରିଖରେ ବିମାନ ଯାତ୍ରାରେ ଏହି ଲାପଟପ୍ କୁ ସାଙ୍ଗରେ ନେବା ପାଇଁ କଟକଣା ଲାଗିଛି ।

publive-image

ଏହି ମାମଲା ସାମ୍ନାକୁ ଆସିବା ପରେ ସିଙ୍ଗାପୁର ଏୟାରଲାଇନ୍ସ ନିଜ ଗ୍ରାହକଙ୍କୁ ପ୍ରଭାବିତ ମଡେଲ୍ ନ ଆଣିବାକୁ କହିଛନ୍ତି । ଏଭଳି ସ୍ଥିତିରେ ଆପଣଙ୍କ ପାଖରେ ଯଦି ଆପଲ୍ ମାକବୁକ୍ ପ୍ରୋ ଲାପଟପ୍ ଅଛି ତେବେ ବିମାନରେ ଯାତ୍ରା କରିବା ସମୟରେ ସତର୍କ ହୁଅନ୍ତୁ । ବାକ୍ସରେ ନଜର ଆସୁଥିବା ମଡଲ୍ ନମ୍ବରକୁ ଚେକ୍ କରନ୍ତୁ । ଯଦି ଆପଣଙ୍କ (ଗବମଈକ୍ଟକ୍ଟଳ ଚକ୍ସକ୍ଟ (ଜରଗ୍ଧସଦ୍ଭବ, ୧୫-ସଦ୍ଭମଷ, ଗସୟ ୨୦୧୫) ଭଳି କିଛି ଲେଖାଥିଲେ ଉକ୍ତ ବକ୍ସର ସିରିଏଲ୍ ନମ୍ବର ଚେକ୍ କରନ୍ତୁ । ଏହା ଜାଣିବା ପାଇଁ ଆପଣଙ୍କୁ ଡିଭାଇସ୍ ଭଳି ସମସ୍ୟାରେ ପ୍ରଭାବିତ ହେବାକୁ ପଡିପାରେ , ଏଥିପାଇଁ ବାକ୍ସରେ ନିଜ ସିରିଏଲ୍ ନମ୍ବର ପକାନ୍ତୁ । ଯଦି ଆପଣଙ୍କ ଲାପଟପ୍ ଏହାଦ୍ୱାରା ପ୍ରଭାବିତ ହେଉଛି ତେବେ ଆପଣ ଦୋକାନକୁ ଯାଇ ଏହାକୁ ବଦଳାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe