କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏୟାର ଇଣ୍ଡିଆର ଆନ୍ତରିକ ସୁରକ୍ଷା ଅଡିଟ୍ ବେଳେ ୧୩ଟି ତ୍ରୁଟି ଧରିଛି । ଦୁଇ ସଦସ୍ୟ ବିଶିଷ୍ଠ ନିରୀକ୍ଷଣ ଟିମ୍ ଏହି ରିପୋର୍ଟକୁ ଏୟାର ଇଣ୍ଡିଆ ନିକଟକୁ ପଠାଇଦେଇଛି । ଡିଜିସିଏକୁ ଦିଆଯାଇଥିବା ଅଡିଟ୍ ରିପୋର୍ଟ ମୁତାବକ ଏୟାର ଇଣ୍ଡିଆ ଏୟାର ଲାଇନ୍ସର କ୍ୟାବିନ ସର୍ଭିଲାନ୍ସ, କାର୍ଗୋ, କାର୍ଗୋ (ଆରଏନସି ଏବଂ ଲୋଡ) ରେ ନିୟମିତ ଯାଂଚ କରାଯିବାକୁ ଆଇନ ଥିବା ବେଳେ କିନ୍ତୁ ୧୩ଟି ସେଫ୍ଟି ପଏଣ୍ଟ ଯାଂଚ ବେଳେ ଜଣାପଡିଥିଲା ଯେ ଏୟାରଲାଇନ୍ ସମସ୍ତ ୧୩ଟି ମାମଲାରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଛି ।

Advertisment

ଡିଜିସିଏର ଦୁଇଜଣିଆ ଟିମ ଜୁଲାଇ ମାସ ୨୫ ଓ ୨୬ ତାରିଖରେ ହରିୟାଣାର ଗୁରୁଗ୍ରାମସ୍ଥିତ ଏୟାର ଇଣ୍ଡିଆର କାର୍ଯ୍ୟାଳୟକୁ ଯାଇ ରିପୋର୍ଟରେ ଅସଙ୍ଗତି ଥିବା ଦର୍ଶାଇଛନ୍ତି । ଯାଂଚ ଟିମ୍ ଦେଇଥିବା ରିପୋର୍ଟ ମୁତାବକ ସିସିଟିଭି, ରେକଡିଂ, ଅଡିଟରଙ୍କ ବୟାନ, ଏସଆଇଏଫଟି ରେଜିଷ୍ଟର ଡକ୍ୟୁମେଣ୍ଟ, ସାଧାରଣ ତାଲିକା ସହ ମେଳ କରିବା ପରେ ଜଣାଡିଥିଲା କି ଦିଲ୍ଲୀ ଷ୍ଟେସନରେ ଉପରୋକ୍ତ ୧୩ଟି ଯାଂଚ କରାଯାଇଥିଲା । ହେଲେ ତାହା ପ୍ରକୃତରେ କରାଯାଇନଥିଲା ।

ଡିଜିସିଏ ଟିମ ଦାବି କରିଥିବା ଦାବି ମୁତାବକ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଯାଂଚକାରୀ ଦଳ ଜାଣିବାକୁ ପାଇଥିଲେ ଏବଂ ଏହି ରିପୋର୍ଟ ମିଥ୍ୟା ବୋଲି କହିଛନ୍ତି । ଏନେଇ ଡିଜିସିଏର ମହା ନିର୍ଦ୍ଦେଶକ ବିକ୍ରମ ଦେବ ଦତ୍ତ କହିଛନ୍ତି କି ନିୟାମକ ଏହି ମାମଲାର ଅନୁଧ୍ୟାନ କରୁଛି ।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି କି, ନିୟାମକ ଏବଂ ଅନ୍ୟାନ୍ୟ ସଂସ୍ଥା ସବୁ ଏୟାରଲାଇନ୍ସର ନିୟମିତ ନିରାପତ୍ତା ଯାଂଚ କରିଥାନ୍ତି । ଏୟାର ଇଣ୍ଡିଆ ଏହାର ପ୍ରକ୍ରିୟାକୁ ସୁଦୃଢ କରିବା ଏବଂ କ୍ରମାଗତ ଭାବେ ଆକଳନ କରିବା ପାଇଁ ଏଭଳି ଅଡିଟରେ ସକ୍ରିୟ ଭାବେ ସାମିଲ ହୋଇଥାଏ ।