ଏୟାର ଇଣ୍ଡିଆର ସର୍ଭର ଡାଉନ୍ ! ଭାରତ ସମେତ ବିଦେଶରେ ମଧ୍ୟ ଏୟାରପୋର୍ଟରେ ଫସିଛନ୍ତି ଶହ ଶହ ଯାତ୍ରୀ ।

94

ଏୟାର ଇଣ୍ଡିଆର ସର୍ଭର ଡାଉନ୍ ହେବା କାରଣରୁ ଭାରତ ସହ ବିଦେଶରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ପ୍ରଭାବିତ ହୋଇଛି । ସର୍ଭର ଡାଉନ୍ ହେବା କାରଣରୁ ଶନିବାର ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । ଏୟାର ଇଣ୍ଡିଆର ଘରୋଇ ବିମାନ ସହ ଅନ୍ତରାଷ୍ଟ୍ରୀୟ ବିମାନର ଉଡାନ୍ ମଧ୍ୟ ପ୍ରଭାବିତ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ସହ ଦେଶର ସବୁ ଏୟାରପୋର୍ଟରେ ଯାତ୍ରୀ ଫସି ରହିଛନ୍ତି । ସର୍ଭର ଡାଉନ୍ ହେବା ଯୋଗୁଁ ନା ଚେକ୍ ଇନ୍ ହୋଇପାରୁଛି ନା ଯାତ୍ରୀ ବୋର୍ଡିଙ୍ଗ୍ ପାସ୍ ନେଇପାରୁଛନ୍ତି । ଏୟାରଲାଇନର SITA ସର୍ଭର ଭାରତ ସମେତ ବିଦେଶରେ ୩.୩୦ ରୁ ଡାଉନ୍ ରହିଛି ।

 

ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଅଶ୍ୱିନୀ ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ ଏୟାରଲାଇନର ପାସେଞ୍ଜର୍ ସିଷ୍ଟମ୍ ଡାଉନ୍ ଅଛି । ଏହା ଏକପ୍ରକାର ଟେକନିକ୍ ଖରାପ ଯାହାକୁ ଖୁବଶୀଘ୍ର ଠିକ୍ କରିଦିଆଯିବ । ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ । ଏପଟେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ଶହ ଶହ ଯାତ୍ରୀ ଫସିରହିଛନ୍ତି । ସମ୍ପୁର୍ଣ୍ଣ ଭାରତରେ SITA ସର୍ଭର ଡାଉନ୍ ହେବା କାରଣରୁ ଯାତ୍ରୀମାନଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଦିଲ୍ଲୀ ଏୟାରପୋର୍ଟ ଏବଂ ମୁମ୍ବାଇ ଏୟାରପୋର୍ଟରେ ଅଧିକ ଯାତ୍ରୀ ଫସି ରହିଛନ୍ତି । ଯାତ୍ରୀ ଗତ ଚାରିରୁ ୫ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଭାବେ ଏୟାରପୋର୍ଟରେ ଫସି ରହିଛନ୍ତି ।