କନକ ବ୍ୟୁରୋ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ମାଙ୍ଗାଲୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ରନୱେରେ ଲ୍ୟାଣ୍ଡ୍‌ କରିବା ବେଳେ ଘୋଷାରି ହୋଇ ରନୱେ ନିକଟସ୍ଥ ଘାସ ଉପରେ ଲ୍ୟାଣ୍ଡ୍‌ କରିଥିବା ସୂଚନା ରହିଛି । ଏହି କାରଣରୁ ବିମାନ ବନ୍ଦରର ସମସ୍ତ କାର୍ଯ୍ୟକୁ ଏବେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

Advertisment

ବିମାନଟି ଦୁବାଇରୁ ଆସୁଥିଲା । ସେଥିରେ ସର୍ବମୋଟ ୧୮୩ ଜଣ ଯାତ୍ରୀ ଥିଲେ । ଏହି ସାମୟିକ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ବିମାନଟିରେ କ’ଣ ତ୍ରୁଟି ରହିଥିବା ହେତୁ ଏପରି ଘଟିଛି ଇଞ୍ଜିନିୟରମାନେ ତାହା ନିରୀକ୍ଷଣ କରୁଛନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେପଟେ ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।