ବିମାନରେ ଯାତ୍ରୀଙ୍କୁ ହେଲା ହୃଦଘାତ ! ଏୟାରଇଣ୍ଡିଆ ବିମାନ କଲା ଜରୁରୀ ଅବତରଣ

ଭୟଙ୍କର ହେଉଛି କରୋନା ଭାଇରସ । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ ଘୋଷଣା

କନକ ବ୍ୟୁରୋ : ରବିବାର ରାତିରେ ବିମାନ ଯାତ୍ରା କରୁଥିବା ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କର ହୃଦଘାତ ହେବାରୁ ଦିଲ୍ଲୀରୁ ମସ୍କଟ୍ ଯାଉଥିବା ଏୟାର୍ ଇଣ୍ଡିଆର ଗୋଟାଏ ବିମାନ ପଥ ବଦଳାଇ ଜାମନଗର ବାୟୁସେନା ଘାଟିରେ ଓହ୍ଲାଇଥିଲା। ବିମାନ ଅବତରଣ ପରେ ତୁରନ୍ତ ସେ ଯାତ୍ରୀଜଣଙ୍କୁ ବାୟୁସେନାର ଜଣେ ଡାକ୍ତରଙ୍କ ସହ ଜାମନଗର ସିଭିଲ୍ ହସ୍ପିଟାଲ୍କୁ ପଠାଯାଇଥିଲା।

publive-imageରବିବାର ବିଳମ୍ବିତ ରାତ୍ରୀରେ ଡିଫେନ୍ସ୍ ଗୁଜରାଟର ଲୋକସମ୍ପର୍କ ଅଧିକାରୀ ପୁନୀତ ଚଢ଼ା ଟୁଇଟ୍ କରିଛନ୍ତି: ବିମାନ ମଧ୍ୟରେ ଜଣେ ୩୩ ବର୍ଷିୟ ଭାରତୀୟ ଯାତ୍ରୀଙ୍କର ହୃଦଘାତ ହେବାରୁ ଏୟାର୍ ଇଣ୍ଡିଆ ୯୭୩ ଦିଲ୍ଲୀ ମସ୍କଟ୍ ବିମାନ ପଥ ପରିବର୍ତ୍ତନ କରି ରାତି ୧୦: ୩୦ରେ ଜାମନଗର ବାୟୁସେନା ଘାଟିକୁ ନିଆଯାଇଥିଲା। ବାୟୁସେନା ତୁରନ୍ତ ସହାୟତା କରିଥିଲା। ବେସାମରିକ ବିମାନବନ୍ଦରକୁ ପଥ ପରିବର୍ତ୍ତନ କରିଥିଲେ ଅଧିକ ସମୟ ଲାଗି ଥାଆନ୍ତା। ସେ ପରେ କହିଥିଲେ କି, ଚିକିତ୍ସା ପାଇଁ ଯାତ୍ରୀଜଣଙ୍କୁ ଗୁରୁଗୋବିନ୍ଦ ସିଂହ ହସ୍ପିଟାଲ୍କୁ ନିଆଯାଇଥିଲା। ବାୟୁସେନା ଘାଟିରେ ବ୍ୟାବସାୟିକ ବିମାନକୁ ଅବତରଣ କରାଇବାକୁ ଅନୁମତି ଦେବା ଗୋଟାଏ ବିରଳ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe