ଦୁବାଇରୁ ଆସି ଦୁଇଖଣ୍ଡ ହୋଇଗଲା ଏୟାର ଇଣ୍ଡିଆ ବିମାନ । କେରଳ କୋଝିକୋଡ ବିମାନ ବନ୍ଦର ରନୱେରୁ ଖସି ବଡ ଦୁର୍ଘଟଣା । ପାଇଲଟ ମୃତ, ଅନେକ ଯାତ୍ରୀ ଆହତ । ବିମାନରେ ଥିଲେ ୧୮୦ରୁ ଅଧିକ ଯାତ୍ରୀ

ବର୍ଷା ଯୋଗୁଁ ବିମାନ ଦୁର୍ଘଟଣା । ପ୍ରବଳ ବର୍ଷା ପାଇଁ ରନୱେରେ ଖସି ଦୁଇ ଖଣ୍ଡ ହୋଇଗଲା ଏୟାର ଇଣ୍ଡିଆ ବିମାନ । ୨ ପାଇଲଟ ମୃତ, ୩ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କ ।

କନକ ବ୍ୟୁରୋ: ବିମାନ ଦୁର୍ଘଟଣା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରନୱେରୁ ଖସିଲା ଏୟାର ଇଣ୍ଡିଆ ବିମାନ । ଦୁର୍ଘଟଣା ପରେ ବିମାନଟି ଦୁଇଫାଳ ହୋଇଯାଇଥିବା ସୂଚନା । ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଖବର ମିଳୁଛି ।

ତେବେ ଦୁବାଇରୁ ଆସିଥିଲା ଏୟାର ଇଣ୍ଡିଆ ବିମାନ ଆଇଏକ୍ସ୩୪୪ । କେରଳ କୋଝିକୋଡ ବିମାନବନ୍ଦରରେ ରନୱେରୁ ଖସି ଦଇଫାଳ ହୋଇଯାଇଛି । ତେବେ ବିମାନରେ ୧୮୦ ଅଧିକ ଯାତ୍ରୀ ଥିଲେ । ପାଇଲଟଙ୍କ ସହ କିଛି ଯାତ୍ରୀ ମିଳିଥିବା ଖବର ମିଳୁଛି । ତେବେ ବଡ କଥା ହେଉଛି କେରଳରେ ପ୍ରବଳ ବର୍ଷା ହେଉଥିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe