କନକ ବ୍ୟୁରୋ: ବିମାନ ଦୁର୍ଘଟଣା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରନୱେରୁ ଖସିଲା ଏୟାର ଇଣ୍ଡିଆ ବିମାନ । ଦୁର୍ଘଟଣା ପରେ ବିମାନଟି ଦୁଇଫାଳ ହୋଇଯାଇଥିବା ସୂଚନା । ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଖବର ମିଳୁଛି ।
ତେବେ ଦୁବାଇରୁ ଆସିଥିଲା ଏୟାର ଇଣ୍ଡିଆ ବିମାନ ଆଇଏକ୍ସ୩୪୪ । କେରଳ କୋଝିକୋଡ ବିମାନବନ୍ଦରରେ ରନୱେରୁ ଖସି ଦଇଫାଳ ହୋଇଯାଇଛି । ତେବେ ବିମାନରେ ୧୮୦ ଅଧିକ ଯାତ୍ରୀ ଥିଲେ । ପାଇଲଟଙ୍କ ସହ କିଛି ଯାତ୍ରୀ ମିଳିଥିବା ଖବର ମିଳୁଛି । ତେବେ ବଡ କଥା ହେଉଛି କେରଳରେ ପ୍ରବଳ ବର୍ଷା ହେଉଥିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/21-3.jpg)