ବର୍ଷା ଯୋଗୁଁ ବିମାନ ଦୁର୍ଘଟଣା । ପ୍ରବଳ ବର୍ଷା ପାଇଁ ରନୱେରେ ଖସି ଦୁଇ ଖଣ୍ଡ ହୋଇଗଲା ଏୟାର ଇଣ୍ଡିଆ ବିମାନ । ୨ ପାଇଲଟ ମୃତ, ୩ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କ ।

833

କନକ ବ୍ୟୁରୋ: ବର୍ଷା ଯୋଗୁଁ ରନୱେରେ ଖସିଲା ବିମାନ । ପ୍ରବଳ ବର୍ଷା ପାଇଁ କେରଳରେ ବିମାନ ଦୁର୍ଘଟଣା । ୧୯୫ ଜଣଙ୍କୁ ନେଇ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ରନୱେ କ୍ରାସ୍ । ୧୯୫ରୁ ୧୮୯ ଜଣ ଯାତ୍ରୀ ଥିଲେ ଏବଂ ୬ ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ।

ସେପଟେ ଦୁର୍ଘଟଣାରେ ପରେ ଉଦ୍ଧାରକାମ ଜୋରଦାର ହୋଇଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫର ଗୋଟିଏ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି । ତେବେ ବର୍ଷା କାରଣରୁ ଦୁର୍ଘଟଣା ହୋଇଥିବା କହିଛି ଜିଡିସିଏ । ସେପଟେ ବିମାନଟି ୧୩ ବର୍ଷ ପୁରୁଣା ହୋଇଥିବା କହିଛି ଏୟାର ଇଣ୍ଡିଆ ।

ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।