କନକ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ଝଗଡା ଘଟଣାରେ ନୂଆ ଖୁଲାସା ହୋଇଛି । ଯେଉଁ ବ୍ୟକ୍ତି ଜଣଙ୍କ ଫ୍ଲାଇଟରେ ଉତ୍ତେଜନା ସୃଷ୍ଟି କରିଥିଲେ ସେ ମାନସିକ ଭାବେ ଅସୁସ୍ଥ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ ଏହି ବଡ ଖୁଲାସା କରିଛନ୍ତି । ଅଭିଯୁକ୍ତଙ୍କ ବାପା କହିଛନ୍ତି, ସେ ପ୍ରଥମେ ତାଙ୍କ ଉପରେ ହାତ ଉଠାଇସାରିଛି । ବର୍ତ୍ତମାନ ତାର ଚିକିତ୍ସା ଜାରିରହିଥିବା ମଧ୍ୟ ଜଣାପଡିଛି । ଅନେକ ସମୟରେ ସେ ଉତ୍ତେଜିତ ହୋଇଯାଇଥାନ୍ତି ।
ଅଭିଯୁକ୍ତଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ସେ ଡରିଯାଇଥିଲେ ଅଧିକ ଉଚ୍ଚକୁ ଯାଇ । ଏଥିପାଇଁ ସେ ଲୋକଙ୍କୁ କହିଥିଲେ ତାଙ୍କୁ ତଳକୁ ଓହ୍ଲାଇଦେବା ପାଇଁ । ସେ ତଳକୁ ଆସିବା ପାଇଁ ଚାହୁଁଥିଲେ । ସେ କୌଣସି ଏକ କାମରେ ଲଣ୍ଡନ ଦେଇ କାନାଡା ଯାଉଥିଲେ । ବିମାନରେ ଝଗଡା ଘଟାଇଥିବା ଯୁବକ ଜଣଙ୍କ ପଞ୍ଜାବ କପୁରଥାଲା ଅଞ୍ଚଳର । ତାଙ୍କ ନାମ ଜସକିରତ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/jas-kirat.jpg)