ଏୟାର ଇଣ୍ଡିଆର ଏକ ବଡ ଅବହେଳା ସାମନାକୁ ଆସିଛି । ବିମାନ କମ୍ପାନୀ ବୁଧବାର ଦିନ ଦିଲ୍ଲୀ-ଗୌହାଟୀ ଫ୍ଲାଇଟରେ ଯାତ୍ରା କରୁଥିବା ୨୦ରୁ ଅଧିକ ଯାତ୍ରୀଙ୍କ ବୋର୍ଡିଙ୍ଗ ପାସ ଦେବାକୁ ମନା କରିଦେଲା । ଯେବେକି ସେମାନଙ୍କ ଟିକେଟ୍ କନଫର୍ମ ଥିଲା । ଯାତ୍ରୀଙ୍କ ଅଭିଯୋଗ କ୍ରମେ ଏୟାରଇଣ୍ଡିଆ ସିଟ୍ ସଂଖ୍ୟାରୁ ଅଧିକ ଟିକେଟ୍ ବୁକ୍ କରିଥିଲା । ଯେଉଁ କାରଣରୁ ତାଙ୍କୁ ବୋର୍ଡିଙ୍ଗ ପାସ ଦିଆଗଲାନି ।

Advertisment

publive-image

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଏୟାରଲାଇନ ବିରୁଦ୍ଧରେ ନାରା ଲଗାଇଥିଲେ । ଏୟାରଇଣ୍ଡିଆର ୮୮୯ ଫ୍ଲାଇଟକୁ ସକାଳ ସାଢ଼େ ୯ଟାରେ ଯାତ୍ରା କରିବାର ଥିଲା । ଯାତ୍ରୀଙ୍କୁ ନିଜ ନିଜ ଟିକେଟ୍ କ୍ୟାନସଲ କରିବାକୁ ବାଧ୍ୟ କରାଗଲା । ଏହା ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ଯାତ୍ରୀ ହଇରାଣ ହୋଇସାରିଛନ୍ତି । ହିଥ୍ରୋରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୬୨ ଫ୍ଲାଇଟ୍ ବୈଷୟିକ ତ୍ରୁଟି କାରଣରୁ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ସମସ୍ତ ଯାତ୍ରୀ ଇଂଲଣ୍ଡର ହିଥ୍ରୋ ବିମାନ ବନ୍ଦରରେ ବହୁତ ସମୟ ଧରି ଫସି ରହିଥିଲେ ।