ଏୟାର ଇଣ୍ଡିଆ ଖାଦ୍ୟରୁ ଅସରପା ମିଳିଥିବା ମାମଲା : ଯାତ୍ରୀ କହିଲେ, କେବଳ କ୍ଷମା ନୁହେଁ କାର୍ଯ୍ୟାନୁଷ୍ଠାନ ନେଉ ଏୟାର ଇଣ୍ଡିଆ

Advertisment
ଏୟାର ଇଣ୍ଡିଆ ଖାଦ୍ୟରୁ ଅସରପା ମିଳିଥିବା ମାମଲା : ଯାତ୍ରୀ କହିଲେ, କେବଳ କ୍ଷମା ନୁହେଁ କାର୍ଯ୍ୟାନୁଷ୍ଠାନ ନେଉ ଏୟାର ଇଣ୍ଡିଆ

source : Zee News

ଯାତ୍ରା କରୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କାହା ହାତରେ ଅଛି ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ପରଷା ଯାଇଥିବା ଖାଦ୍ୟରେ ଅସରପା ବାହାରିଥିଲା । ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ କ୍ଷମା ମାଗିଛି । କିନ୍ତୁ ଅଭିଯୋଗକାରୀ ରୋହିତ ରାଜ ଚୌହାନ କହିଛନ୍ତି କି, କେବଳ କ୍ଷମା ମାଗିଲେ ଚଳିବନି । ଏୟାର ଇଣ୍ଡିଆକୁ ସେହି ହୋଟେଲ ଠାରୁ ଟେଣ୍ଡର କ୍ୟାନସଲ କରିଦେବା ଉଚିତ, ଯେଉଁଠାରୁ ସେମାନେ ଖାଦ୍ୟ ଆଣନ୍ତି ।

publive-image

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଇଥିବା ବ୍ରେକଫାଷ୍ଟ ଖାଦ୍ୟରେ ଅସରପା ବାହାରିବା ଅଭିଯୋଗ ହୋଇଥିଲା। ଯାତ୍ରୀ ସୋସିଆଲ ମିଡିଆରେ ଖାଦ୍ୟରେ ବାହାରିଥିବା ଅସରପା ଫଟୋକୁ ସେୟାର କରିବା ପରେ ମୁମ୍ବାଇ ପହଞ୍ଚି ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଏହାର ଅଭିଯୋଗ କରିଥିଲେ। ଏୟାର ଇଣ୍ଡିଆ ବିମାନରେ ଗତ ଶନିବାର ଯାତ୍ରା କରୁଥିବା ଯାତ୍ରୀ ରୋହିତ ରାଜ ସିଂହଙ୍କ କହିବା ଅନୁଯାୟୀ, ଶନିବାର ଏୟାର ଇଣ୍ଡିଆର ଏଆଇ-୬୩୪ ଫ୍ଲାଇଟରେ ଯାତ୍ରା କରୁଥିଲେ। ଭୋପାଳରୁ ବିମାନ ଉଡିବାର କିଛି ସମୟ ପରେ ଯାତ୍ରୀଙ୍କୁ ଇଟଲି, ବରା ଓ ସମ୍ବର ଖାଦ୍ୟ ପରଷା ଯାଇଥିଲା। ସମ୍ବର ପ୍ୟାକେଟରୁ ଏକ ଅସରପା ଥିବା ଦେଖିବାକୁ ମିଳିଥିଲା । ଏନେଇ ଯାତ୍ରୀ ଜଣକ କ୍ୟାବିନ୍ ସଦସ୍ୟଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେମାନେ ଏହି ଘଟଣାକୁ ନଜର ଅନ୍ଦାଜ କରି ଦେଇଥିଲେ। ସୋସିଆଲ ମଡିଆରେ ଏହି ଘଟଣା ପୋଷ୍ଟ ହେବା ପରେ କ୍ରିୟୁ ଉକ୍ତ ଯାତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe