ଭୟଙ୍କର ହେଉଛି କରୋନା ଭାଇରସ । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ ଘୋଷଣା

141

କନକ ବ୍ୟୁରୋ : କରୋନା ଭାଇରସ ଯୋଗୁଁ ଚୀନକୁ ଅନେକ ଦେଶ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ ଘୋଷଣା କରାଯାଇଛି । ଆଜି ଠାରୁ ଏୟାର ଇଣ୍ଡିଆ ଫେବୃୟାରି ୧୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-ଦିଲ୍ଲୀ- ସଂଘାଇ ବିମାନ ଉଡାଣକୁ ବାତିଲ କରିଛି । ଏୟାର କାନାଡା ମଧ୍ୟ ଜାନୁୟାରୀ ୨୮ରୁ ଚୀନକୁ ବିଭିନ୍ନ ବିମାନ ଉଡାଣ ବାତିଲ କରିଛି ।

ଦକ୍ଷିଣ କୋରିଆର ଏୟାର ସିଓଲ ଜାନୁୟାରୀ ୨୮ରୁ ଚୀନକୁ ବିମାନ ଉଡାଣ ବନ୍ଦ ରଖିଛି । ଫେବ୍ରୁୟାରୀରୁ ଚୀନକୁ ବିମାନ ଚଳାଚଳ ବନ୍ଦ ରଖିବ ବୋଲି କହିଛି ଏୟାର ତାଞ୍ଜାନିଆ । ସେହିପରି ବ୍ରିଟିସ ଏୟାରୱେ ପକ୍ଷରୁ କୁହାଯାଇଛି ଯେ ଏହା ମାସେ ପର୍ଯ୍ୟନ୍ତ ଚୀନ ମେନଲାଣ୍ଡକୁ ବିମାନ ଚଳାଚଳ ବାତିଲ କରିବ ।