କନକ ବ୍ୟୁରୋ: ଟ୍ରେନ ବିଳମ୍ବ ହେବା ସାଧାରଣ କଥା । ତେବେ ଯେତେବେଳେ ଆପଣଙ୍କ ଫ୍ଲାଇଟ ବିଲମ୍ବ ହେବ ତାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ବିମାନ ଗୋଟିଏ କି ଦୁଇ ଘଣ୍ଟା ନୁହେଁ ପୂରା ୧୩ ଘଣ୍ଟା ବିଳମ୍ବ ହୋଇଥିଲା । ଶୁକ୍ରବାର ମୁମ୍ବାଇ ବିମାନବନ୍ଦରରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ୧୭୦ ଯାତ୍ରୀଙ୍କୁ ନେଇ ଦୁବାଇ ଯିବା ପାଇଁ ପ୍ରସ୍ତୁତ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ନିର୍ଦ୍ଧାରିତ ସମୟର ୧୩ ଘଣ୍ଟା ବିଳମ୍ବରେ ଉଡାଣ ଆରମ୍ଭ କରିଥିଲା । ପ୍ରାଥମିକ ଭାବେ ଜଣାପଡିଛି ଯେ ଉଡାଣ ଭରିବାକୁ ଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ସମସ୍ୟା ଦେଖାଦେଇଥିଲା ।
ବିମାନ ଗୁରୁବାର ଦ୍ୱିପ୍ରହର ୩ଟା ସମୟରେ ଉଡାଣ ଭରିବାରଥିଲା । ଶୁକ୍ରବାର ଭୋର ୪ଟା ବିମାନ ଉଡାଣ ଆରମ୍ଭ କରିଥିବା ସୂଚନା ମିଳିଛି । ଫ୍ଲାଇଟରେ ବିଳମ୍ବ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯାତ୍ରା ସମୟର ପରିବର୍ତ୍ତନ ନେଇ ୧୨୦ ଯାତ୍ରୀଙ୍କୁ ବିମାନବନ୍ଦରରେ ରୋକିଦିଆଯାଇଥିଲା । ଅନ୍ୟ ୫୦ ଜଣ ଯାତ୍ରୀ ପ୍ରତିକ୍ଷାଳୟରେ ଅପେକ୍ଷା କରିଥିଲେ । ସେମାନଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Screenshot-2023-02-10-124235.jpg)