କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ନାମୀ ଏୟାର ଲାଇନ୍ସ ଭାବେ ଏମିରେଟ୍ସର ବେସ୍ ନାମ କମାଇଛି । ହେଲେ ଏହି ଏୟାର ଲାଇନ୍ସରେ ଚାକିରୀ କରିଥିବା ଏୟାର ହୋଷ୍ଟେସ ଏବେ ଯେଉଁ ଖୁଲାସା କରିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଏୟାର ହୋଷ୍ଟେସଙ୍କ କହିବା ମୁତାବକ ଏଠାରେ କାମ କରୁଥିବା ବେଳେ ଯଦି ଏୟାର ହୋଷ୍ଟେସମାନଙ୍କର ଓଜନ ବୃଦ୍ଧି ହୋଇଥାଏ ତେବେ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥାଏ ଓ ବେଳେ ବେଳେ ଏହି କାରଣରୁ ସେମାନଙ୍କର ଦରମା ବି କଟାଯାଇଥାଏ । ଏନେଇ ଏୟାର ଲାଇନ୍ସର କୌଣସି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Advertisment

ସୂଚନା ମୁତାବକ ଏମିରେଟ୍ସ ଏୟାର ଲାଇନରେ ଏୟାର ହୋଷ୍ଟେସ ଭାବେ କାମ କରି ଅବସର ନେଇଥିବା ଜଣେ ଯୁବତୀ କହିଛନ୍ତି ଏୟାର ହୋଷ୍ଟେସମାନଙ୍କର ଖିଲି ଖିଲି ହସ, ସାଜସଜା ପଛରେ କମ୍ପାନୀ ଦ୍ୱାରା ଲାଗୁ କରାଯାଇଥିବା ଅନେକ କଠିନ ନିୟମ ବି ପାଳନ କରିବାକୁ ପଡିଥାଏ ।

ପୂର୍ବ ଏୟାର ହୋଷ୍ଟେସ ମାୟା ଦୁକାଶିକ କହିଛନ୍ତି କି ମୁମ୍ବାଇରୁ ନ୍ୟୁଜଲାଣ୍ଡ ଯାଉଥିବା ବିମାନ ଲଗାତର ୧୭ ଘଂଟା ଉଡାଣ ଭରିଥାଏ । ଏହି ଫ୍ଲାଇଟରେ ଯାଉଥିବା ସମସ୍ତ ଏୟାର ହୋଷ୍ଟେସଙ୍କ ପାଇଁ ‘ଗ୍ଲାମରସ ଏମିରେଟ୍ସ ଫେସ’ ବହୁତ ଜରୁରୀ ହୋଇଥାଏ । ଏନେଇ ଏୟାର ଲାଇନ ପକ୍ଷରୁ ଆପିଏରନ୍ସ ମ୍ୟାନଜମେଣ୍ଟ ପ୍ରୋଗ୍ରାମ ବି ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରୋଗ୍ରାମକୁ ଇମେଜ ଓ ସୌନ୍ଦର୍ୟ୍ୟତା ଉପରେ ନଜର ରଖିବା ପାଇଁ ଅଫିସର ନିଯୁକ୍ତି ହୋଇଥାନ୍ତି ।

ଆଉଜଣେ ପୂର୍ବ ଏୟାର ହୋଷ୍ଟେସ କହିଛନ୍ତି କି ଇମେଜ ଓ ୟୁନିଫର୍ମକୁ ନେଇ ବହୁତ କଡା ନିୟମ ଥାଏ । ଯଦି ୟୁନିଫର୍ମରେ କାହାର ଟାଟୁ ବାହାରକୁ ଦେଖାଯାଏ ତେବେ ତାକୁ ଚାକିରୀରୁ ବହିସ୍କୃତ କରାଯାଇଥାଏ । ଅନ୍ୟପଟେ ଯେଉଁ ଏୟାର ହୋଷ୍ଟେସଙ୍କ ଓଜନ ବଢିଯାଏ ତା ଉପରେ ଅଫିସରମାନେ କଡା ନଜର ରଖିଥାନ୍ତି । ଯଦି ଏୟାର ହୋଷ୍ଟେସଙ୍କର କମ୍ରାଗତ ଓଜନ ବୃଦ୍ଧି ଘଟେ ତେବେ ତାଙ୍କୁ ଚେତାବନୀ ଦେଇଥାନ୍ତି ନଚେତ ତାଙ୍କ ଦରମା କଟା ହୋଇଥାଏ ।