ଭିଡିଓ ଗେମ୍ ରେ ଦେଖାଦେବ ୱିଙ୍ଗ୍ କମାଣ୍ଡରଙ୍କ ପରାକ୍ରମ ! ଅଭିନନ୍ଦନଙ୍କ ସାହସିକତାକୁ ଖେଳ ମାଧ୍ୟମରେ ଦେଖାଇବ ଭାରତୀୟ ବାୟୁସେନା ।

209

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପରାକ୍ରମର ଉଦାହରଣ କାହାରିକୁ ଅଛପା ନାହିଁ । ଶତ୍ରୁ ଦେଶରେ ପ୍ରବେଶ କରି ସ୍ୱଦେଶକୁ ଫେରିବା ଠାରୁ ଆରମ୍ଭ କରି ଚର୍ଚ୍ଚିତ ନିଶର କାହାଣୀ ତାଙ୍କୁ ଏବେ ବି ଭାରତର ହିରୋ ବନାଇ ରଖିଛି । ତେବେ ଏହି ସାହସୀ ବାୟୁସେନାଙ୍କ ପରାକ୍ରମକୁ ଆଉ ପାଦେ ଆଗକୁ ନେବାକୁ ବାୟୁସେନା ଏକ ଭିଡିଓ ଗେମ୍ ପ୍ରସ୍ତୁତ କରିବାକୁ ଯାଉଛି । ଯେଉଁଥିରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଗେମ୍ ର ଲିଡ୍ ହିରୋ ଭାବରେ ଦେଖାଯିବେ । ଏହି ଭିଡିଓ ଗେମ୍ ମୋବାଇଲ୍ ପ୍ଲେ ଷ୍ଟୋରରେ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ରହିବ । ଏହି ଗେମ୍ ରେ କମାଣ୍ଡର ଅଭିନନ୍ଦନ ମିଗ୍-୨୧ ବିମାନ ଉଡାଉଥିବାର ନଜର ଆସିବେ ।

ମୋବାଇଲ୍ ଗେମ୍ ର ଆରମ୍ଭ ଲଢୁଆ ବିମାନ ମିଗ୍-୨୧ ରୁ ହିଁ ହେବ । ଯାହାକୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଉଡାଇ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଗଡାଇଥିଲେ । ଅଭିନନ୍ଦନଙ୍କ ଗ୍ରାଫିକ୍ସ ମିଗ୍ -୨୧ ଗ୍ରାଫିକ୍ସ ସହ ଦେଖିବାକୁ ମିଳୁଛି । ପ୍ରଥମେ ଏହି ଭିଡିଓ ଗେମ୍ ସିଙ୍ଗଲ୍ ପ୍ଲେୟାର୍ ମୋଡ୍ ରେ ଉପଲବ୍ଧ ହେବ । ପରେ ଏହା ମଲ୍ଟି ପ୍ଳେୟାର୍ ମୋଡ୍ କୁ ବିକଶିତ କରାଯିବ ।

ଏହି ମୋବାଇଲ୍ ଗେମରେ ମିଗ୍ -୨୧ ଛଡା ଭବିଷ୍ୟତରେ ଏୟାରଫୋର୍ସରେ ସାମିଲ୍ ହେବାକୁ ଥିବା ରାଫେଲ୍ ବିମାନ ମଧ୍ୟ ରହିବ । ଏୟାରଫୋର୍ସ ଦ୍ୱାରା ମୋବାଇଲ୍ ଗେମ୍ ଭିଡିଓକୁ ଜାରୀ କରାଯାଇଛି । ଯେଉଁଥିରେ ରାଫେଲ୍ , ସୁଖୋଇ ୩୦ ଏମକେଆଇ , ମିଗ୍-୨୯ ଏବଂ ବାଲାକୋଟ୍ ରେ ବୋମାବର୍ଷଣ କରିଥିବା ମିରାଜ୍ -୨୦୦୦ ମଧ୍ୟ ଆନିମେଟେଡ୍ ପ୍ରସ୍ତୁତ କରାଯାଇଛି । ଜୁଲାଇ ୩୧ ତାରିଖରେ ଏୟାରଫୋର୍ସ ଏହି ଗେମ୍ କୁ ଲଞ୍ଚ୍ କରିବ ।