ଶତ୍ରୁଦେଶଙ୍କୁ ମିଳିତଭାବେ ମାତ୍ ଦେବେ ଭାରତ ଓ ଫ୍ରାନ୍ସ । ରାଜସ୍ଥାନ ଯୋଧପୁରରେ ଦୁଇ ଦେଶ କରୁଛନ୍ତି ଯୁଦ୍ଧାଭ୍ୟାସ

156

କନକ ବ୍ୟୁରୋ : ଭାରତ-ଫ୍ରାନ୍ସ ସେନା ମିଳିତଭାବେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ରାଜସ୍ଥାନ ଯୋଧପୁରରେ ଚାଲିଛି ଏହି ଯୁଦ୍ଧାଭ୍ୟାସ । ଯେଉଁଥିରେ ଉଭୟ ଦେଶର ସେନାଙ୍କ ପରାକ୍ରମ ଦେଖିବାକୁ ମିଳିଛି । ମଙ୍ଗଳବାର ଉଭୟ ଭାରତ ଓ ଫ୍ରାନ୍ସର ବାୟୁସେନା ମୁଖ୍ୟ ଯୁଦ୍ଧାଭ୍ୟାସରେ ଯୋଗ ଦେବା ସହ ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଫ୍ରାନ୍ସ ବାୟୁସେନା ମୁଖ୍ୟ ଜେନେରାଲ ଷ୍ଟିପେପ ମିଲେ ଓ ଭାରତର ବାୟୁସେନା ମୁଖ୍ୟ ଏୟାରମାର୍ଶଲ ଭି.ଆର ଚୌଧୁରୀ ଲଢୁଆ ବିମାନ ଉଡାଇ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ରାଫେଲ ଉଡାଇଥିବାବେଳେ ଫ୍ରାନ୍ସର ବାୟୁସେନା ମୁଖ୍ୟ ସୁାଖାଇ ଉଡାଇ ଶକ୍ତି ପ୍ରଦର୍ଶନ କରିଥିଲେ । ସୁଖୋଇ, ରାଫେଲଏ,ତେଜସ ଭଳି ଅନେକ ଲଢୁଆ ବିମାନ ଏଥିରେ ସାମିଲ ହୋଇଛନ୍ତି । ୨୦୧୪ରେ ଶେଷଥର ପାଇଁ ଉଭୟ ଦେଶ ମଧ୍ୟରେ ସମରଭ୍ୟାସ ହୋଇଥିଲା ।

ଗରୁଡ଼ ଯୁଦ୍ଧାଭ୍ୟାସ ୨୦୨୨:
• ଫ୍ରାନ୍ସର ୨୨୦ ସୈନିକ ସମରଭ୍ୟାସରେ ସାମିଲ ହୋଇଛନ୍ତି
• ୪ଟି ରାଫେଲ ଫାଇଟର ଜେଟ୍ ଓ ୮ଟି ମଲଟିରୋଲ ଟ୍ୟାଙ୍କର ଟ୍ରାନ୍ସପୋର୍ଟ ଅଂଶଗ୍ରହଣ କରିଛନ୍ତି
• ଭାରତର ରାଫେଲ, ଜାଗୁଆର, ତେଜସ ଓ ସୁଖୋଇ ଲଢୁଆ ବିମାନ ସାମିଲ ହୋଇଛନ୍ତି ।
• ୮ବର୍ଷ ପରେ ପୁଣି ଥରେ ଦୁଇ ମିତ୍ର ଦେଶ ଅତ୍ୟାଧୁନିକ ସମରଭ୍ୟାସ କରୁଛନ୍ତି
• ପ୍ରତିରକ୍ଷା ପ୍ରଣାଳୀ ସହ ହାଇଟେକ ସମରଭ୍ୟାସ ଜାରି ରହିଛି
• ଯୁଦ୍ଧାଭ୍ୟାସର ନାଁ ରହିଛି ଗରୁଡ଼ ସେଭେନ ସମରଭ୍ୟାସ
• ଅକ୍ଟୋବର ୨୯ରୁ ଆରମ୍ଭ ହୋଇ ନଭେମ୍ବର ୧୨ ପର୍ଯ୍ୟନ୍ତ ଏହା ଚାଲିବ
• ପରସ୍ପର ସହ ଅଭିଜ୍ଞତା ଓ ଅନୁଭୂତି ବାଟିଂବେ ଦୁଇ ଦେଶର ସେନା
• ବୈଷୟିକ ଜ୍ଞାନର ଆଦାନପ୍ରଦାନ ଓ ସେନା ଶକ୍ତିକୁ ନୂଆ ସମ୍ଭାବନା ଦେବ ।

ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପର ପ୍ରତି ଯେତିକି ନିର୍ଭରଶୀଳ ଏମାନଙ୍କ ମଧ୍ୟରେ ସର୍ମ୍ପକ ମଧ୍ୟ ସେତିକ ସୁଦୃଡ । ଭାରତର ବାୟୁସେନାରେ ଥିବା ଏକ ସେ ବଡକର ଏକ ଯୁଦ୍ଧ ବିମାନ ଫ୍ରାନ୍ସ ନିର୍ମିତ । ସେପଟେ ୭ଥର ଯୁଦ୍ଧାଭ୍ୟାସ ହେବା ଦ୍ୱାରା ଉଭୟ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସର୍ମ୍ପକ ଅଧିକ ମଜବୁତ ହେବ ବୋଲି ଆଶା ରହିଛି ।