କନକ ବ୍ୟୁରୋ : ଫ୍ରାନ୍ସରେ କିପରି ଚାଲିଛି ରାଫେଲ୍ ଜେଟର ଉତ୍ପାଦନ । ଏହାର ସ୍ଥିତି ସମୀକ୍ଷା କରିବାକୁ ଫ୍ରାନ୍ସ ଗସ୍ତରେ ରହିଛି ଏୟାର ଫୋର୍ସ ଟିମ୍ । ଭାରତୀୟ ବାୟୁସେନା ଅଧିକାରୀ ଆଶା ରଖିଛନ୍ତି ଯେ ପ୍ରତି ଦୁଇ ମାସରେ ୩ କିମ୍ବା ୪ ରାଫେଲ୍ ଜେଟ୍ ଭାରତକୁ ଅଣାଯିବ । ମୋଟ୍ ଉପରେ ୩୬ଟି ରାଫେଲ୍ ବିମାନ ପାଇଁ ଫ୍ରାନ୍ସ ସହିତ ଚୁକ୍ତି ହୋଇଥିଲା । ପ୍ରଥମ ଦଫାରେ ଭାରତକୁ ୫ଟି ରାଫେଲ୍ ଯୁଦ୍ଧ ବିମାନ ଆସିଛି । ଏବେ ପ୍ରତି ଦୁଇ ମାସରେ ୩ କିମ୍ବା ୪ଟି କରି ବାକି ସମସ୍ତ ରାଫେଲ୍ ବିମାନକୁ ଭାରତକୁ ଅଣାଯିବା ନେଇ ଯୋଜନା କରୁଛି ଭାରତ ସରକାର । ଏହି ପରି ପ୍ରକ୍ରିୟାରେ ୨୦୨୦ ବର୍ଷ ଶେଷ ସୁଦ୍ଧା ଭାରତକୁ ସମସ୍ତ ରାଫେଲ୍ ମଗାଇବା ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇ ଜଣ ଉଚ୍ଚ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଏୟାର ଫୋର୍ସର ଏକ ଟିମ୍ ବର୍ତମାନ ରାଫେଲ୍ ସ୍ଥିତି ସମୀକ୍ଷା କରିବାକୁ ଏବେ ଫ୍ରାନ୍ସରେ ଅଛନ୍ତି । ବିଶେଷ କରି ଫ୍ରାନ୍ସରେ ରାଫେଲ୍ ପ୍ରକଳ୍ପ କେତେ ଦୂର ଆଗେଇଛି , କେତେ ଦୂର ଏହାର ପ୍ରସ୍ତୁତି ସରି ଆସିଲାଣି ତାହାର ସ୍ଥିତି ସମୀକ୍ଷା କରୁଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତର ଅମ୍ବାଲା ଏୟାର ବେସକୁ ଆସିବ ରାଫେଲର ଦ୍ୱିତୀୟ କିସ୍ତିର ଯୁଦ୍ଧ ବିମାନ । ଗତ ଜୁଲାଇ ୨୯ ତାରିଖରେ ରାଫେଲର ପ୍ରଥମ ଦଫାରେ ୫ଟି ରାଫେଲ୍ ଆସିଥିଲା । ଗତ ସେପ୍ଟେମ୍ୱର ୧୦ ତାରିଖରେ ରାଫେଲକୁ ବିଦ୍ଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ।
ଦ୍ୱିତୀୟ ଦଫାରେ ଭାରତକୁ ୩ କିମ୍ବା ୪ଟି ରାଫେଲ୍ ଆସିବା ନେଇ ସୂଚନା ଦେଇଛନ୍ତି ବାୟୁସେନା ଅଧିକାରୀ । ସୀମାରେ ପାକିସ୍ତାନ ଏବଂ ଚୀନ୍ ସହିତ ବଢୁଥିବା ତିକ୍ତତା ମଧ୍ୟରେ ସୀମାରେ ରାଫେଲ୍ ମୁତୟନ କରି ଶତ୍ରୁକୁ କଡା ଜବାବ ଦେବାକୁ ଯୋଜନା କରୁଛନ୍ତି ଭାରତ ସରକାର । ଏହି କ୍ରମରେ ଫ୍ରାନ୍ସରୁ ତୁରନ୍ତ ବାକି ଥିବା ୩୧ଟି ରାଫେଲକୁ ପର୍ଯ୍ୟାୟ କ୍ରମେ ମଗାଇବାକୁ ବ୍ଲୁ ପ୍ରିଂଟ ତିଆରି କରି ସାରିଲେଣି କେନ୍ଦ୍ର ସରକାର । ୨୦୧୬ ମସିହାରେ ୫୯ ହଜାର କୋଟି ଟଙ୍କା ମୂଲ୍ୟରେ ଫ୍ରାନ୍ସ ସହିତ ୩୬ଟି ରାଫେଲ୍ ପାଇଁ ଚୁକ୍ତି କରିଥିଲେ ମୋଦି ସରକାର । ୧୯୯୭ ମସିହା ଜୁନ୍ ମାସରେ ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ସୁଖୋଇ ୩୦ ଜେଟ୍ ବିମାନ ସାମିଲ ହୋଇଥିଲା । ୨୦୨୦ ସେପ୍ଟେମ୍ୱର ମାସରେ ବିଶ୍ୱର ସବୁଠାରୁ ଦୁର୍ଦ୍ଧଶ ଯୁଦ୍ଧ ବିମାନ ରାଫେଲକୁ ସାମିଲ କରି ଭାରତୀୟ ସେନା ଏହାର ଶକ୍ତି ବୃଦ୍ଧି କରିଛି । ୬୦ ହଜାର ଫୁଟ ଉଚ୍ଚରେ ରହି ଏକା ଥରକେ ୬ଟି ସ୍ଥାନକୁ ଲକ୍ଷ୍ୟଭେଦ କରିବା କ୍ଷମତା ରାଫେଲ୍ ନିକଟରେ ରହିଛି । ପ୍ରାୟ ୧୦ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର ମଧ୍ୟ କ୍ଷମତା ରଖିଥିବାରୁ ଏହା ଶତ୍ରୁ ଛାତିରେ ଛନକା ଆଣିଥାଏ ।