ହିମାଳୟର ଉଚ୍ଚ ଘାଟିରେ ବାୟୁସେନାର ବାୟୁବୀରଙ୍କ ରେକର୍ଡ : ଲେହର ଖାରଡୁଙ୍ଗଲା ପାସରୁ ଯବାନଙ୍କ ସ୍କାଏ ଡାଇଭିଂ; ସମୁଦ୍ର ପତନରୁ ୧୭ ହଜାର ଫୁଟରୁ ଅଧିକ ଉଚ୍ଚତାରୁ ଲମ୍ଫ ମାରି ରେକର୍ଡ କଲେ ବାୟୁବୀର

100

କନକ ବ୍ୟୁରୋ : ବାୟୁସେନାର ବାୟୁବୀରଙ୍କ ଆଉ ଏକ ରେକର୍ଡ । ଏଥର ରେକର୍ଡ ହୋଇଛି ସମୁଦ୍ର ପତନରୁ ୧୭ ହଜାର ଫୁଟରୁ ଅଧିକ ଉଚ୍ଚରୁ ସ୍କାଏ ଡାଇଭିଂର । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଲଢୁଆ ବୀର ୱିଙ୍ଗ୍ କମାଣ୍ଡର ଗଜନାଦ ଯାଦବ ଏବଂ ୱାରେଂଟ ଅଫିସର ଏକେ ତିୱାରୀ ଏହି ରେକର୍ଡ କରିଛନ୍ତି । ଲେହର ଖାରଡୁଙ୍ଗଲା ପାସରେ ସର୍ବୋଚ୍ଚ ଉଚ୍ଚତାରୁ କରିଥିଲେ ସ୍କାଏ ଡାଇଭିଂ ।

ସୂଚନା ଅନୁସାରେ ଖାରଡୁଙ୍ଗଲା ପାସ୍ ରହିଛି ସମୁଦ୍ର ପତନରୁ ୧୭ ହଜାର ୯୮୨ ଫୁଟ୍ ଉଚ୍ଚତାରେ । ଏତେ ଉଚ୍ଚତାରୁ ଆଗରୁ କେହି ସ୍କାଏ ଡାଇଭିଂ କରି ଲେହରେ ଅବତରଣ କରିନଥିଲେ । ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବାୟୁସେନାର ସି ୱାନ୍ ଥାର୍ଟି ଜେ ବିମାନରୁ ବାୟୁବୀର ସ୍କାଏ ଡାଇଭିଂ କରିଥିଲେ । ଭାରତୀୟ ବାୟୁସେନା ହିଣ୍ଡେନ ଏୟାରବେସରେ ଏହାର ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଲେହରେ ଏପରି କୀର୍ତିମାନ୍ ସ୍ଥାପନ କରିଥିଲେ ୱିଙ୍ଗ୍ କମାଣ୍ଡର ଗଜାନନ ଯାଦବ ଏବଂ ୱାରେଂଟ ଅଫିସର ଏକେ ତିୱାରୀ ।

ଏବେ ଇଣ୍ଡିଆନ୍ ଏୟାର ଫୋର୍ସ ପକ୍ଷରୁ ସର୍ବାଧିକ ଉଚ୍ଚତାରୁ ସ୍କାଏ ଡାଇଭିଂର ଏପରି ରେକର୍ଡ ନେଇ ଭିଡିଓ ଟୁଇଟ୍ କରି ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଏପରି କୀର୍ତିମାନ୍ , ବାୟୁସେନାର ଯୁବ ପିଢୀଙ୍କମଧ୍ୟରେ ପ୍ରେରଣା ଓ ଉତ୍ସାହ ଭରିଦେବ ନିଶ୍ଚୟ ।