ଶତ୍ରୁ ପକ୍ଷକୁ ଲାଗିବ ଆଉ ଏକ ଝଟକା । ଇସ୍ରାଇଲ ଠାରୁ ଭାରତ ଆଣୁଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା ।
ଭାରତୀୟ ବାୟୁସେନାର ବିଧ୍ୱନ୍ସକାରୀ ଲଢୁଆ ବିମାନ ମିରାଜ୍-୨୦୦୦ରେ ଫିଟ କରାଯାଇଛି ଏହି ଲେଜର ଗାଇଡେଡ୍ ବୋମା । ପୂର୍ବରୁ ମଧ୍ୟ ଏହି ବୋମାକୁ ବାଲାକୋଟ ଆକ୍ରମଣରେ ବ୍ୟବହାର କରାଯାଇଥିଲା । ଏହି ଲେଜର ଗାଇଡେଡ୍ ବୋମାର ଶକ୍ତି ଏତେ ଅଧିକ ଯେ ଗୋଟିଏ ବଡ ବିଲ୍ଡିଂକୁ ଗୋଟିଏ ପ୍ରହାରରେ ଧୂଳିସାତ୍ କରିପାରିବ । ତେବେ ୩ଶହ କୋଟି ଟଙ୍କାର ହୋଇଥିବା ଚୁକ୍ତି ପୁରା ହେବା ପରେ ଇସ୍ରାଇଲ ଠାରୁ ବହୁ ରପରିମାଣରେ ଏହି ବୋମାକୁ କିଣାଯିବ ।
ପୂର୍ବରୁ ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛି ଆପାଚେ ହେଲିକପ୍ଟର । ଆଗକୁ ଆସିବାକୁ ଯାଉଛି ରାଫେଲ୍ । ଆଉ ଏହାରି ମଧ୍ୟରେ ଭାରତୀୟ ବାୟୁ ସେନାକୁ ଆହୁରି ଶକ୍ତିଶାଳି କରିବାକୁ ଯାଉଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Spice_bomb_front.jpg)