ମଝି ଆକାଶରୁ ଖସି ପଡିଲା ତେଜସ୍ ବିମାନର ତେଲ ଟାଙ୍କି ! ଅଳ୍ପକେ ଟଳିଗଲା ବଡ ବିପଦ, ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ ପାଇଲଟ୍ ।

228

କନକ ବ୍ୟୁରୋ : ମଝି ଆକାଶରେ ଅଭାବନୀୟ ଘଟଣା । ଉଡାଣ ଭରିବା ସମୟରେ ଭାରତୀୟ ବାୟୁସେନାର ତେଜସ ଫାଇଟର ଜେଟର ତେଲ ଟାଙ୍କି କୋଏମ୍ବାଟୁର ନିକଟରେ ଏକ ଖେତରେ ଖସିପଡିଥିବା ଜଣାପଡିଛି । ତେବେ ତେଲ ଟାଙ୍କି ପଡିବାରୁ କ୍ଷେତରେ ନିଆଁ ଲାଗିଯାଇଥିଲା । ଘଟଣାର ସୂଚନା ମିଳିବା ପରେ, ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାରେ ସଫଳ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି, ତେଲ ଟାଙ୍କି ଖସି ପଡିବା ପରେ ମଧ୍ୟ ପାଇଲଟ୍ ଜଣଙ୍କ ସୁଲୁର ଏୟାରଫୋର୍ସ ଷ୍ଟେସନରେ ସୁରକ୍ଷିତ ଭାବରେ ବିମାନକୁ ଅବତରଣ କରାଇଥିଲେ । ତେବେ କାହିଁକି ଆଉ କେଉଁ ପରିସ୍ଥିତିରେ ବିମାନରୁ ତେଲ ଟାଙ୍କି ଖସିପଡିଲା ସେନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ବାୟୁସେନା ପକ୍ଷରୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।