ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଭିଆର ଚୌଧୁରୀ

90

କନକ ବ୍ୟୁରୋ: ଦାୟିତ୍ୱ ନେଲେ ନୂଆ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ । ଆରକେଏସ ଭଦୌରିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ । ବାୟୁସେନାର ଉପମୁଖ୍ୟ ଓ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର ଇନ-ଚିଫ ଥିଲେ ଭିଆର ଚୌଧୁରୀ । ତାଙ୍କ ନିଯୁକ୍ତି ନେଇ ସେପ୍ଟେମ୍ବର ୨୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାରେ ଜଣେ ଲଢୁଆ ପାଇଲଟଭାବେ ଯୋଗ ଦେଇଥିବା ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କ ୩୮୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରଖିଛନ୍ତି । ସେ ବିଭିନ୍ନ ପ୍ରକାରର ଲଢୁଆ ଓ ତାଲିମ ବିମାନ ଚଳାଇବାର ଅଭିଜ୍ଞତା ରଖିଛନ୍ତି । ବାୟୁସେନାରେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ର ଜଣେ ଛାତ୍ର ହୋଇଥିବାବେଳେ ଓ୍ବେଲିଂଟନ ସ୍ଥିତି ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରେ ମଧ୍ୟ ତାଲିମ ନେଇଛନ୍ତି ।