‘ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବ, ଏଥିପାଇଁ ଆମକୁ ପସ୍ତୁତ ରହିବାକୁ ପଡିବ’: ଭି.ଆର ଚୌଧୁରୀ

Advertisment
‘ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବ, ଏଥିପାଇଁ ଆମକୁ ପସ୍ତୁତ ରହିବାକୁ ପଡିବ’: ଭି.ଆର ଚୌଧୁରୀ

କନକ ବ୍ୟୁରୋ:ମହାକାଶରେ ଭାରତକୁ ମିଳିଥିବା ସଫଳତାର ସଦୁପୋଯୋଗ ନେବା ସହ ଏହାର ପୂର୍ଣ୍ଣ ସୁଯୋଗ ନେବା ଉଚିତ । କାରଣ ଏହାକୁ ଆଧାର କରି ଆମକୁ ଭବିଷ୍ୟତ ପାଇଁ ସଜାଗ ରହିବାକୁ ପଡିବ । ଅନ୍ତରୀକ୍ଷକୁ ମାରଣାସ୍ତ୍ର ପଠାଇବା ଆରମ୍ଭ ହେଲାଣି । ସେଦିନ ଆଉ ବେଶି ଦୂର ନୁହେଁ ଯେବେ ପରବର୍ତ୍ତୀ ଯୁଦ୍ଧ ମହାକାଶରେ ହେବ । ଭୂପୃଷ୍ଠ ସହ ସମୁଦ୍ର, ଆକାଶ ,ସାଇବର ଓ ମହାକାଶରେ ଯୁଦ୍ଧ ଲାଗିବ । ତେଣୁ ଭାରତକୁ ମଧ୍ୟ ଏଥିପାଇଁ ନିଜର ରକ୍ଷାତ୍ମକ ଓ ଆକ୍ରମଣାତ୍ମକ ଦକ୍ଷତାକୁ ବୃଦ୍ଧି କରିବା ଉଚିତ । ଏକ ସାମ୍ବାଦିକ ସମ୍ମଳନୀରେ ଏଭଳି କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭିଆର ଚୌଧୁରୀ ।

 ଭିଆର ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ, , ଆମର ପଡ଼ୋଶୀମାନେ ସର୍ବଦା ଅପ୍ରତ୍ୟାଶିତ ଭାବେ ଆକ୍ରମଣ କରୁଛନ୍ତି। ତେଣୁ ଆମକୁ ଆମ ସାମୁହିକ ଶକ୍ତି ବଢ଼ାଇବାକୁ ପଡ଼ିବ। ଦିଲ୍ଲୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏୟାର ଚିଫ୍‌ ମାର୍ଶାଲ କହିଛନ୍ତି, ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଏବଂ ବିଶ୍ୱର ଯେ କୌଣସି ଶକ୍ତିର ମୁକାବିଲା ପାଇଁ ଆମ ସାମର୍ଥ୍ୟରେ ନିରନ୍ତର ବିକାଶ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe