ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଘଟିଛି। ଫଳରେ ଗତବର୍ଷ ଓଡ଼ିଶାକୁ ୧.୦୮ ଲକ୍ଷ ବିଦେଶୀ ଏବଂ ୧.୪୦ କୋଟି ଦେଶୀୟ ପର୍ଯ୍ୟଟକ ଆସିଥିଲେ। ଏହି ସଂଖ୍ୟାରେ ଅଭିବୃଦ୍ଧି ନିମନ୍ତେ ଆବଶ୍ୟକ ଆନ୍ତର୍ଜାତିକ ବିମାନ ସେବା ଉପଲବ୍ଧ କରାଯାଇଛି। ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ କୁଆଲାମପୁରକୁ ସପ୍ତାହବ୍ୟାପୀ ଉଡ଼ାଣ ଚାଲିଛି। ଏଥିପାଇଁ ଆବଶ୍ୟକ ପାଣ୍ଠି ସରକାର ବହନ କରୁଛନ୍ତି। ଆଗାମୀ ଦିନରେ ଏୟାର ଏସିଆ ପକ୍ଷରୁ କଲମ୍ବୋ ଏବଂ ବ୍ୟାଙ୍କକକୁ ଏଠାରୁ ଉଡ଼ାଣ ପ୍ରସ୍ତାବ ରହିଥିବା ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।
ପର୍ଯ୍ୟଟନ ବିଭାଗର ସଫଳତା ସଂପର୍କରେ ବୟାନ ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ବରିଷ୍ଠ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚରେ ଦେଶର ବିଭିନ୍ନ ତୀର୍ଥସ୍ଥାନଗୁଡ଼ିକ ଭ୍ରମଣ ସୁବିଧା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ବିଭାଗ ୫ଟି ତୀର୍ଥଯାତ୍ରା ଟ୍ରେନ୍ ଚାଲିବ। ଜଙ୍ଗଲ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସହଭାଗିତାରେ ଚିଲିକାର ମଙ୍ଗଳାଯୋଡ଼ିରେ ପ୍ରଥମ ଜାତୀୟ ବିହଙ୍ଗ ଉତ୍ସବର ଆୟୋଜନ କରାଯାଇଛି। ଜଳକ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକ ନିୟମାବଳୀ ପ୍ରଣୟନ ହୋଇଛି। ଇତି ମଧ୍ୟରେ ଧଉଳି, ପୁରୀର ନରେନ୍ଦ୍ର ପୋଖରୀ, କୋଣାର୍କରେ ଆଲୋକ ଓ ଧ୍ୱନି ପ୍ରଦର୍ଶନୀ କରାଯାଇଛି। ଆଗାମୀ ଦିନରେ ଖଣ୍ଡଗିରିରେ ଏଭଳି କାର୍ୟ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/AirAsia_1-984x554.jpg)