ମାତ୍ର ୯୯୯ ଟଙ୍କାରେ କରନ୍ତୁ ବିଦେଶ ଯାତ୍ରା ! ଏହି ଏୟାରଲାଇନ୍ସ ଦେଉଛି ଖାସ ଅଫର ।

Advertisment
ମାତ୍ର ୯୯୯ ଟଙ୍କାରେ କରନ୍ତୁ ବିଦେଶ ଯାତ୍ରା ! ଏହି ଏୟାରଲାଇନ୍ସ ଦେଉଛି ଖାସ ଅଫର ।

image courtesy - skytraxratings.com

ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ମାତ୍ର ୯୯୯ ଟଙ୍କାରେ ଟିକେଟ କରି ବିମାନରେ ବିଦେଶ ଯାତ୍ରା କରିପାରିବେ । ଏନେଇ ଭାରତର ବଡ଼ ବିମାନ କମ୍ପାନି ଜେଟ୍ ଏୟାରୱେଜ୍ ନିଜର ନୂଆ ଅଫର୍ ସଂପର୍କରେ ସୂଚନା ଜାରି କରିଛି। କମ୍ପାନି ପକ୍ଷରୁ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରାର ମଜା ଉଠାଇ ହେବ। ଏହି ଅଫର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିଜ୍ନାଲ୍ କନେକ୍ଟିଭିଟି ସ୍କିମ୍ (ୟୁଡିଏନ୍) ଜରିଆରେ ଜାରି ହୋଇଛି। ଏହି ଅଫର୍ ଏୟାରଲାଇନ୍ସର ପ୍ରଥମ ବିମାନ ଜୁନ୍ ୧୪ ତାରିଖରେ ଉଡ଼ାଣ ଭରିବ। ପ୍ରଥମ ବିମାନ ଲକ୍ଷ୍ନୌ-ଆଲ୍ଲାହାବାଦ-ପାଟନା ସେକ୍ଟରରେ ଉଡ଼ିବ।

publive-image

ଲକ୍ଷ୍ନୌ-ଆଲ୍ଲାହାବାଦ-ପାଟନା ପାଇଁ ବିମାନ ଟିକେଟ ଦର ୯୯୯ ଟଙ୍କା ରହିଥିବା ବେଳେ ପାଟନା-ଆଲ୍ଲାହାବାଦ-ପାଟନା ପାଇଁ ଦର ରହିବ ୧,୨୧୬ ଟଙ୍କା। ଏହା ବ୍ୟତୀତ ନାଗପୁର-ଆଲ୍ଲାହାବାଦ-ନାଗପୁର ପାଇଁ ଟିକେଟ୍ ଦର ରହିଛି ୧,୬୯୦ ଟଙ୍କା। ସେହିପରି ଇନ୍ଦୋର-ଆଲ୍ଲାହାବାଦ-ଇନ୍ଦୋର ପାଇଁ ଟିକେଟ୍ ଦର ରହିଛି ୧,୯୧୪ ଟଙ୍କା। ଏଥି ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ମାର୍ଗ ହେଉଛି ଦିଲ୍ଲୀ-ନାସିକ-ଦିଲ୍ଲୀ। ଏହି ମାର୍ଗ ପାଇଁ ଟିକେଟ ଦର ରହିଛି ୨,୬୬୫ ଟଙ୍କା । ମିଳିଥିବା ସୂଚନା ଅନୁସାରେ, ଏୟାରଲାଇନ ଏହି ସପ୍ତାହ ମଧ୍ୟରେ ଲକ୍ଷ୍ନୌ-ଆଲ୍ଲାହାବାଦ-ପାଟନା ମାର୍ଗରେ ବିମାନ ଉଡ଼ାଇବ। ଏହାପରେ ଏୟାରଲାଇନ ଦିଲ୍ଲୀରୁ ନାସିକ, ନାଗପୁର, ଆଲ୍ଲାହାବାଦ, ଇନ୍ଦୋର, ଲକ୍ଷ୍ନୌ. ବରେଲି ଓ ଦିଲ୍ଲୀ ମାର୍ଗରେ ନିଜର ସେବା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe