ରେଳ ଫାଟକକୁ ନିଜେ ଖୋଲନ୍ତି ଏବଂ ବନ୍ଦ କରନ୍ତି ଟ୍ରେନରେ ଥିବା ଷ୍ଟାଫ୍ ! ଜାଣନ୍ତୁ କେଉଁଠି ହେଉଛି ଏଭଳି ଅବ୍ୟବସ୍ଥା ।

24

ରେଳଫାଟକ ଅତିକ୍ରମ ବେଳେ ଦୁର୍ଘଟଣା: ପ୍ରତ୍ୟେକ ଦିନ ଆମେ ଏମିତି କିଛି ଘଟଣା ନିଶ୍ଚୟ ଶୁଣିଥାଉ । ରେଲୱେ କ୍ରସିଂରେ କିଛି ନା କିଛି ଅଘଟଣ ହୋଇଥିବା ଖବର ପ୍ରାୟତଃ ଶୁଣିବାକୁ ମିଳିଥାଏ । ଆଉ ଏଥିରେ ମଣିଷ ସହ ପଶୁମାନଙ୍କର ମଧ୍ୟ ଜୀବନ ଚାଲିଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏହି କ୍ରଂସିକୁ ହଟାଇ ଏହାର ବିକଳ୍ପ ଆଣିବା ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ତାମିଲନାଡୁରେ ଏହାର ବିପରୀତ ଫଳ ଦେଖିବାକୁ ମିଳିଛି ।

ସେଠାରେ ଏମିତି ଏକ ଟ୍ରେନ ଅଛି ଯାହାକି ସପ୍ତାହରେ ଦୁଇ ଦିନ ଚଳାଚଳ କରିଥାଏ । ଏହି ଟ୍ରେନ ଯେଉଁ ବାଟ ଦେଇ ଯାଇଥାଏ ସେହି ରାସ୍ତାରେ ପାଖାପାଖି ୩୫ ଜାଗାରେ କ୍ରସିଂ ଆସିଥାଏ । ଆଉ ଏହା ମଧ୍ୟରେ ଟ୍ରେନର କର୍ମଚାରୀ ନିଜେ ଟ୍ରେନରୁ ଓହ୍ଲାଇ କ୍ରସିଂ ଗେଟକୁ ବନ୍ଦ କରିଥାନ୍ତି ଏବଂ ଖୋଲିଥାନ୍ତି । ଏହି ଟ୍ରେନର ଯାତ୍ରା ସମୟ ପାଖାପାଖି ତିନି ଘଣ୍ଟାର ଅଟେ । ତାମିଲନାଡୁର କରେକୁଡୀ ଏବଂ ପତୁକୋଟାଇ ମଧ୍ୟରେ ଏହି ଟ୍ରେନଟି ଚଳାଚଳ କରିଥାଏ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଦୂରତା ପାଖାପାଖି ୭୨ କିଲୋମିଟର ଅଟେ । ଆଉ ଏହି କାରଣରୁ ଏହାକୁ ପୂରଣ କରିବା ପାଇଁ ଲମ୍ବା ସମୟ ଲାଗିଥାଏ । ଏହି ଟ୍ରେନରେ ଦୁଇଜଣ ଗେଟ୍ ମ୍ୟାନ ରହିଛନ୍ତି । ଯେତେବେଳେ ଟ୍ରେନଟି କୌଣସି କ୍ରସିଂ ପାଖରେ ପହଞ୍ଚିଥାଏ ପ୍ରଥମ ଗେଟ୍ ମ୍ୟାନ୍ ତଳକୁ ଓହ୍ଲାଇ ଗେଟ୍ ଖୋଲିଥାଏ । ଆଉ ଏହା ପରେ ଗାଡି ଆଗକୁ ବଢିଥାଏ । କ୍ରସିଂ ପାର ହେବା ପରେ ଦ୍ୱିତୀୟ ଗେଟ୍ ମ୍ୟାନ୍ ତଳକୁ ଓହ୍ଳାଇ ଗେଟ୍ ବନ୍ଦ କରିଥାଏ ଏବଂ ଏହା ପରେ ଟ୍ରେନ ପୁଣି ଥରେ ନିଜ ଯାତ୍ରା ଆରମ୍ଭ କରିଥାଏ ।