ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର ଭାବେ ଆରମ୍ଭ କଲା କରୋନା ଟେଷ୍ଟ ।

3,718

କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାର ସଫଳ ମୁକାବିଲା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ବଡ଼ ପ୍ରୟାସ । ରାଜ୍ୟରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍ସରେ ଆରମ୍ଭ ହେଲା ‘କରୋନା’ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୁପକ୍ଷ । ତେବେ ଏମ୍ସ କର୍ତ୍ତୁପକ୍ଷଙ୍କ ସୂଚନା ମୁତାବକ, ଆଜି ୩ଟି ନମୁନା ପରୀକ୍ଷା ହୋଇଛି ଏବଂ ୩ଟି ଯାକ ନେଗେଟିଭ୍ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଯଦି ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯିବ, ତା’ ହେଲେ ବୁଧବାର ଅର୍ଥାତ୍ ଆଜିଠାରୁ ଭୁବନେଶ୍ୱର ଏମ୍ସରେ କରୋନା ନମୁନା ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି ବି.। ଉଲ୍ଲେଖଯୋଗ୍ୟ, ଏଯାବତ୍ ରାଜ୍ୟରେ ୧୩୩ଟି ନମୁନା ପରୀକ୍ଷା ହୋଇଛି ଓ ସେଥିମଧ୍ୟରୁ ୧୨୯ଟି ନେଗେଟିଭ୍ ବାହାରିଛି । ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଏମ୍ସକୁ ନିୟମିତ ଓପିଡି ବା ବର୍ହିବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି ଏମ୍ସ କର୍ତୃପକ୍ଷ ରୋଗୀଙ୍କୁ ଅନୁରୋଧ କରିଛନ୍ତି।

ବର୍ତ୍ତମାନ ଏମ୍ସରେ କେବଳ ଜରୁରୀକାଳୀନ ଶଲ୍ୟ ଚିକିତ୍ସା ବା ଏମର୍ଜେନ୍ସି ଚିକିତ୍ସା କରାଯାଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ‘କରୋନା’ ସନ୍ଦିଗ୍ଧଙ୍କ ନମୁନା ରାଜ୍ୟରେ କେବଳ ଆରଏମ୍ଆରସିରେ ପରୀକ୍ଷା କରାଯାଉଥିଲା । ଆଉ ଆଜି ଏମ୍ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହେବା ପରେ ଆରଏମ୍ଆରସି ଉପରେ ହେଉଥିବା ଚାପ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏବଂ ଏହାଦ୍ୱାରା ସଂକ୍ରମଣ ରୋକିବା କିଛିମାତ୍ରାରେ କମ୍ ହୋଇପାରିବ ବୋଲି ଅଶ।। କରାଯାଉଛି ।