ଅଳ୍ପକେ ବର୍ତ୍ତିଲେ ଅସଦୁଦ୍ଦିନ ଓୱେସି , ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଗୁଳିମାଡ

ଅଳ୍ପକେ ବର୍ତ୍ତିଲେ ଅସଦୁଦ୍ଦିନ ଓୱେସି , ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଗୁଳିମାଡ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନରେ ଆରମ୍ଭ ହୋଇଛି ହିଂସାକାଣ୍ଡ । ଆଜି ସକାଳେ ଯୋଗୀ ସରକାରଙ୍କର ଜଣେ ମନ୍ତ୍ରୀ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିବାକୁ ଜଣେ ଯୁବକ ପ୍ରୟାସ କରୁଥିବା ଖବର ଆସିଥିଲା  । ଏବେ ପୁଣି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସିଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି ।

ସୂଚନା ମୁତାବକ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଗୂୁଳିମାଡ ହୋଇଥିବା କଥା କହିଛନ୍ତି । ସେ କହିଛନ୍ତି କି, ସେ ମେରଠରୁ ଏକ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ବେଳେ ଛିଜାରସୀ ଟୋଲପ୍ଲାଜା ଠାରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ୨ ଟି ଗୁଳି ତାଙ୍କ କାରରେ ବାଜିଥିବା ବେଳେ ଅନ୍ୟଟି ଟାୟାରରେ ବାଜିଥିବା କଥା ସେ କହିଛନ୍ତି । ଏହି କ୍ରମରେ ସେଠାରେ ୩-୪ ଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିବା କଥା ସେ ଅଭିଯୋଗ କରିଛନ୍ତି ।

ଏହି ସୂଚନା ପାଇବା ପରେ ମେରଠ ଆଇଜି କହିଛନ୍ତି କି ପିଲଖୁବା ପ୍ଲାଜା ନିକଟରେ ଗୁଳିମାଡ ନେଇ ସୂଚନା ପାଇବା ପରେ ସିସିଟିଭି ଫୁଟେଜ ଯାଂଚ କରାଯାଉଛି । ଏନେଇ ଯାଂଚ ସରିବା ପରେ ଘଟଣା ସଂପର୍କରେ ସୂଚନା ଦେବେ । ଅନ୍ୟପଟେ ଟୋଲପ୍ଲାଜାର କର୍ମୀମାନେ ଗୁଳିମାଡକୁ ଅସ୍ୱିକାର କରିଛନ୍ତି । ସେମାନେ କହିଛନ୍ତି କି ଏଠାରେ କୌଣସି ଗୁଳିକାଣ୍ଡ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe