କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନରେ ଆରମ୍ଭ ହୋଇଛି ହିଂସାକାଣ୍ଡ । ଆଜି ସକାଳେ ଯୋଗୀ ସରକାରଙ୍କର ଜଣେ ମନ୍ତ୍ରୀ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିବାକୁ ଜଣେ ଯୁବକ ପ୍ରୟାସ କରୁଥିବା ଖବର ଆସିଥିଲା । ଏବେ ପୁଣି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସିଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି ।
ସୂଚନା ମୁତାବକ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଗୂୁଳିମାଡ ହୋଇଥିବା କଥା କହିଛନ୍ତି । ସେ କହିଛନ୍ତି କି, ସେ ମେରଠରୁ ଏକ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ବେଳେ ଛିଜାରସୀ ଟୋଲପ୍ଲାଜା ଠାରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ୨ ଟି ଗୁଳି ତାଙ୍କ କାରରେ ବାଜିଥିବା ବେଳେ ଅନ୍ୟଟି ଟାୟାରରେ ବାଜିଥିବା କଥା ସେ କହିଛନ୍ତି । ଏହି କ୍ରମରେ ସେଠାରେ ୩-୪ ଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିବା କଥା ସେ ଅଭିଯୋଗ କରିଛନ୍ତି ।
I was leaving for Delhi after a poll event in Kithaur, Meerut (UP). 3-4 rounds of bullets were fired upon my vehicle by 2 people near Chhajarsi toll plaza; they were a total of 3-4 people. Tyres of my vehicle (in pic) punctured, I left on another vehicle: Asaduddin Owaisi to ANI pic.twitter.com/ksV6OWb57h
— ANI (@ANI) February 3, 2022
ଏହି ସୂଚନା ପାଇବା ପରେ ମେରଠ ଆଇଜି କହିଛନ୍ତି କି ପିଲଖୁବା ପ୍ଲାଜା ନିକଟରେ ଗୁଳିମାଡ ନେଇ ସୂଚନା ପାଇବା ପରେ ସିସିଟିଭି ଫୁଟେଜ ଯାଂଚ କରାଯାଉଛି । ଏନେଇ ଯାଂଚ ସରିବା ପରେ ଘଟଣା ସଂପର୍କରେ ସୂଚନା ଦେବେ । ଅନ୍ୟପଟେ ଟୋଲପ୍ଲାଜାର କର୍ମୀମାନେ ଗୁଳିମାଡକୁ ଅସ୍ୱିକାର କରିଛନ୍ତି । ସେମାନେ କହିଛନ୍ତି କି ଏଠାରେ କୌଣସି ଗୁଳିକାଣ୍ଡ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/14-2.jpg)