କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣା ନେଇ ରେଲୱେ ବୋର୍ଡର ପ୍ରେସମିଟ୍ । ରେଲୱେ ବୋର୍ଡ ସଦସ୍ୟ ଜୟା ବର୍ମା କହିଛନ୍ତି କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କହିଛନ୍ତି ସବୁଠାରୁ ପ୍ରଥମେ ଆମେ ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛୁ । ଏହା ପରେ ବର୍ତ୍ତମାନ ରେଳଧାରଣାକୁ ସଜାଡିବା କାମ ଜାରିରହିଛି ।

Advertisment

ବିସ୍ତୃତ ଭାବେ ସେ କହିଛନ୍ତି ଯେ. ଜୁନ ୨ ତାରିଖ ୬ଟା ୫୫ରେ ରେଳ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ସାମ୍ନା କରିଥିଲା । ଷ୍ଟେସନରେ ଛିଡା ହୋଇଥିବା ଅନ୍ୟ ଗାଡି ମଧ୍ୟ ଏହାର ପରିଧିରେ ଚାଲିଆସିଥିଲା । ଦୁର୍ଘଟଣା ସମୟରେ ଦୁଇଟି ଷ୍ଟେସନ ଦେଇ ଦୁଇଟି ମେଲ ଏକ୍ସପ୍ରେସ ଗାଡି ଅଲଗା ଅଲଗା ଦିଗରେ ଯିବାର ଥିଲା । ଷ୍ଟେସନରେ ଦୁଇଟି ମେନ ଲାଇନ ଅଛି । ଏହି ଲାଇନରେ ଟ୍ରେନ ବିଧାରେ ଯାଇଥାଏ । ପାଖରେ ଥିବା ଅନ୍ୟ ଦୁଇ ଲାଇନ ହେଉଛି ଲୁପ ଲାଇନ । ଯେଉଁଠାରେ ଗାଡି ଅଟକି ରହିଥାଏ ।

ରେଲୱେ ବୋର୍ଡ ମୁତାବିକ, ଲୁପ ଲାଇନରେ ୨ଟି ଗାଡି ଛିଡା ହୋଇଥିଲା । ଗାଡିକୁ ସେଠାରେ ରୋକାଯାଇଥିଲା । କାରଣ ଯେଉଁ ଗାଡି ସେହି ଷ୍ଟେସନରେ ଅଟକିବ ନାହିଁ ତାହା ସେହି ଲାଇନରେ ଯାଇପାରିବ । ଚେନ୍ନାଇ ପଟରୁ ୟଶୱନ୍ତପୁର – ହାୱଡା ଏକ୍ସପ୍ରେସ ବେଙ୍ଗାଲୁର ଆସୁଥିଲା । କରମଣ୍ଡଳ ଏକ୍ସପ୍ରେସର କିଛି ସମୟ ପୂର୍ବରୁ ଏହା ଆସୁଥିଲା । ସେହିଭଳି ହାୱଡା ପଟରୁ ସାଲିମାରରୁ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ଆସୁଥିଲା । ଏହି ଏକ୍ସପ୍ରେସ ପାଇଁ ସବୁଜ ସଙ୍କେତ ମିଳିଥିଲା ଏବଂ ରାସ୍ତା ମଧ୍ୟ ଖାଲିଥିଲା । ପାଇଲଟକୁ ମଧ୍ୟ ସବୁଜ ସଙ୍କେତ ମିଳିଥିଲା ଯାହା ଦ୍ୱାରା ସେ ଲାଇନରେ ସିଧା ଯିବାର ଥିଲା । ଡ୍ରାଇଭର ମଧ୍ୟ ନିର୍ଦ୍ଧାରିତ ବେଗ ଅନୁସାରେ ବିନା ଅଟକି ଯିବାର ରହିଥିଲା । ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ ୧୨୮ କିମି ବେଗରେ ଯାଉଥିଲା । ସେହିଭଳି ୟଶୱନ୍ତପୁର ଏକ୍ସପ୍ରେସ ୧୨୬ କିମି ବେଗରେ ଯାଉଥିଲା । ଏମାନେ ଅଧିକ ବେଗରେ ଯାଉନଥିଲେ ପାଇଲଟମାନଙ୍କୁ ସବୁଜ ସଙ୍କେତ ମିଳିବା କାରଣରୁ ସେମାନେ ମଧ୍ୟ ସେହି ହିସାବରେ ଯାଇଥିଲେ ।