କନକ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ । ଠିକା ସଂସ୍ଥା ବେଆଇନ୍ ଭାବେ ୧୦ହଜାର ଟଙ୍କା ଆଦାୟ ଏବଂ ବେଆଇନ୍ ଛଟେଇକୁ ବିରୋଧ କରି କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଯାହାଫଳରେ ଆଜି ସକାଳୁ ଏମ୍ସରେ ସଫେଇ କାମ ବନ୍ଦ ରହିଛି । ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।