ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ମୋଡ । ହତ୍ୟା ଥିଓରୀକୁ ଖାରଜ କଲା ଏମ୍ସ ରିପୋର୍ଟ, ଫରେନସିକ୍ ରିପୋର୍ଟରେ ଆତ୍ମହତ୍ୟା ଆଡକୁ ଇସାରା

675
କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ବଡ ତଥ୍ୟ । ଏହି ତଥ୍ୟ ଦେଇଛି ଏମସ୍ । ବଲିଉଡ୍ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏମସର ତଥ୍ୟ ପରଦା ହଟାଇ ଦେଇଛି ।  କୁହାଯାଉଛି ସିବିଆଇକୁ ମେଡିକୋ ଲିଗାଲ ରିପୋର୍ଟ ଦେଇ ସାରିଛି ଏମ୍ସ୍ । ଏଥିରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଥିଓରୀକୁ ଏମସ୍ ଖଣ୍ଡନ କରିଥିବା କୁହାଯାଇଥିବା ସୂତ୍ରରୁ ଜଣାପଡିଛି ।
ସାରା ଦେଶ ଜାଣିବାକୁ ଅପେକ୍ଷା କରି ରହିଛି ପ୍ରକୃତରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା କିପରି । ଏହି ପ୍ରଶ୍ନ ଭିତରେ ଆସିଛି ଏମସର ଯାଂଚ ରିପୋର୍ଟ । ଏମସର ଡାକ୍ତରୀ ରିପୋର୍ଟରେ କରାଯାଇଛି ବଡ ଖୁଲାସା । ଏମସ୍ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇନଥିବା ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି ଯେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଦର୍ଶାଉଛି, ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ । ସେ ଆତ୍ମହତ୍ୟା କରିଛନ୍ତି । ଏବେ ଏମସର ଏହି ଫରେନସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏବେ ପ୍ରଶ୍ନ ଉଠୁଛି ଯଦି ସୁଶାନ୍ତ ସିଂ ରାଜପୁତଙ୍କ ୁହତ୍ୟା କରାଯାଇନାହିଁ । ତେବେ ଆଗକୁ କିପରି ଢଙ୍ଗରେ ଆଗେଇବ ସିବିଆଇର ତଦନ୍ତ । ସୋମବାର ଏମ୍ସ ମେଡ଼ିକାଲ ବୋର୍ଡ଼ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିିବିଆଇକୁ ଦେଇଥିଲା । ଏମସ ରିପୋର୍ଟ ପାଇବା ପରେ ଆତ୍ମହତ୍ୟାକୁ ଦୃ୍ଷ୍ଟିରେ ରଖି ସିବିଆଇ ତଦନ୍ତ କରିବ ।
ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କ’ଣ ଥିଲା ?
ତାଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ପ୍ରବର୍ତାଉ ଥିଲେ କି ?
ଦେଶର ତିନୋଟି ବଡ ଯାଂଚ ଏଜେନ୍ସି ଏବେ ଏହି ପ୍ରଶ୍ନର ଉତର ଖୋଜୁଛି ।
ଏହି ମାମଲାରେ ଲାପଟପ୍, ହାର୍ଡ଼ ଡ଼ିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ସୁଚନା ଅନୁସାରେ ସିବିଆଇ ଏହି ମାମଲାରେ ୨୦ରୁ ଅଧିକା ଲୋକଙ୍କୁ ଜେରା କରିସାରିଛି ।
ସୂଚନା ଅନୁସାରେ ଯଦି ଏହି ମାମଲାରେ କୌଣସି ଦିଗରୁ ହତ୍ୟା କରାଯାଇଥିବା ନେଇ କିଛି ବି ଖିଅ ମିଳେ ତେବେ ମାମଲାରେ ୩୦୨ ଦଫା ଯୋଡି ଦିଆଯିବ । ଯାହାକି ହତ୍ୟା ପାଇଁ ଲଗା ଯାଇଥାଏ । କିନ୍ତୁ ଗତ ୫୭ ଦିନର ତଦନ୍ତ ଭିତରେ ସେପରି ବର୍ତମାନ ସୁଦ୍ଧା କୌଣସି ଖିଅ ସାମ୍ନାକୁ ଆସିନାହିଁ । ଯାହାକି ଇସାରା କରିବ ଅଭିନେତାଙ୍କୁ ହତ୍ୟା କରାଯାଇଛି ।
ଫରେନସିକ୍ ରିପୋର୍ଟ ଫାଇନାଲ
ଏବେ ସିବିଆଇ କରିବ ତା କାମ
ସୂଚନା ଅନୁସାରେ ୧୪ ଜୁନ୍ ୨୦୨୦ରେ ମୁମ୍ୱାଇ ସ୍ଥିତ ବାସଭବନରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ । ଏବେ ଫରେନସିକ୍ ରିପୋର୍ଟ, ଯାହା ଏମସରୁ ଆସିଛି ସେଥିରେ ହତ୍ୟା ସନ୍ଦେହକୁ ଏଡାଇ ଦିଆଯାଇଛି । ଆଗକୁ ଏହି ଚର୍ଚିତ ମାମଲାକୁ ତଦନ୍ତକାରୀ ସଂସ୍ଥା କେଉଁ ଦିଗରେ ନେଇ ନିଷ୍କର୍ସରେ ପହଁଚାଉଛି ତାହା ସିବିଆଇର ଦାୟିତ୍ୱ ।